ଭୁବନେଶ୍ୱର ୩୦/୫ : ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଦାମ ମାରାଣ୍ଡି। ସେ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଏହା ବେଶ୍ ଆଲୋଚନାର ବିଷୟ ହୋଇଥିଲା। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରେମାନନ୍ଦ ନାୟକ ଇଂରାଜୀରେ ଶପଥ ନେଇଥିଲା ବେଳେ ଅନ୍ୟ ସବୁ ମନ୍ତ୍ରୀ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଥିଲେ । ଯେଉଁଥିରେ ସୁଦାମ ମାରାଣ୍ଡିଙ୍କୁ କ୍ୟାବିନେଟ୍ ପାହ୍ୟାରେ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ଦିଆଯାଇଛି ।