ସ୍ପେଶାଲ ରିପୋର୍ଟ

ମୋଦୀ ବଡ଼ ନା ନୀତିଶ କୁମାର?

Published

on

ପାଟନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର?
ଏହି ପ୍ରଶ୍ନ ଏବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଅଡୁରେ ପକାଇଛି।
ରବି ଶଙ୍କରଙ୍କ ନିଜ ଲୋକସଭା ମଣ୍ଡଳୀ ପାଟନା ସାହେବର ଲୋକମାନେ ତାଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦେଶରେ ବର୍ତମାନ ସମଗ୍ର ଦେଶରେ ମଦ ଦୋକାନ ଖୋଳୁଥିବା ବେଳେ ବିହାରରେ କାହିଁକି ଖୋଲୁନି? ଵିଶେଷ କରି ପାଟନା ରେ ମଦ ଦୋକାନ ଖୋଲୁନାହିଁ? ବୋଲି ସେମାନେ ପଚାରୁଛନ୍ତି।
“ବିହାରରେ ନିଶା ନିବାରଣ ଆଇନ ରହିଛି ବୋଲି ରବି ଶଙ୍କରଙ୍କ ଦେଉଥିବା ଉତ୍ତର ସେମାନଙ୍କୁ ସନ୍ତୁଷ୍ଟ କରି ପାରୁନି।
ସେମାନଙ୍କ ପ୍ରଶ୍ନ ” ମୋଦୀ ବଡ ନା ନୀତିଶ?” ର ଉତ୍ତର ରବି ଶଙ୍କର ପ୍ରସାଦ ଦେଇ ପାରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version