ବରଗଡ : ବରଗଡରେ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅପରାଧି ଅମିତ ଦାସକୁ କାବୁ କରାଯାଇଛି । ସମରଧାରା ନିକଟରେ ପୋଲିସ ତାକୁ ଗିରଫ କରିଛି । ଦୁଇ ଦିନ ପୋଲିସ ତା ପଛରେ ଗୋଡାଇବା ପରେ ଶେଷରେ ସଫଳ ହୋଇଥିଲା ପୋଲିସ । ଗତକାଲି ରାତିରେ ସମରଧାରା ନିକଟରେ ଥିବା ଜାଣି ପାରି ପୋଲିସ ଚଢାଉ କରିଥିଲା । ଅମିତ ପ୍ରଥମେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ପୋଲିସ ତାର ପିଛା କରି ତାକୁ ଧରିବାରେ ସଫଳ ହୋଇଛି । ତାହାର ନା ରେ ବରଗଡ ଏବଂ ବଲାଙ୍ଗୀରେ ଏକାଧିକ ମାମଲା ରହିଥିବା ଜଣା ପଡିଛି ।