ନୂଆଦିଲ୍ଲୀ:ଅସାଧାରଣ ସମୟରେ ଅସାଧାରଣ ବ୍ୟବହାର କିଛି ନୂଆ କଥା ନୁହେଁ। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କ୍ଷେତ୍ରରେ ଏହା କେତେ ଯୁକ୍ତିଯୁକ୍ତ?
ଗତ ଥର ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ସମୟ ସ୍ୱଳ୍ପତା ଯୋଗୁଁ ଅଳ୍ପ କେତେକ ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ମିଳିଥିଲା। ତେବେ ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଉପସ୍ଥିତ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଶୁଣିବାକୁ ଚାହିଁଥିଲେ।
ସମୟ ସିମିତ ଥିବାରୁ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ମିନିଟ ଲେଖାଁଏ ସମୟ ଦିଆ ଯାଇଥିଲା ଥିଲା।
ହେଲେ ରାଜ୍ୟଗୁଡିକର କରୋନା ସମ୍ପର୍କିତ ସମସ୍ୟା ଏତେ ଅଧିକ ଯେ କାହାରବି ସମୟ ଜ୍ଞାନ ରହିଲା ନାହିଁ। ସମସ୍ତେ ସେମାନଙ୍କର ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ନେଲେ।
ଫଳରେ ସନ୍ଧ୍ୟା ୫.30 ମିନିଟରେ ହେବାକୁ ଥିବା ସାମାନ୍ୟ ବିରତି ହେଲାବେଳକୁ ୬ଟା ବାଜି ଯାଇଥିଲା।
ବିହାରର ମୁଖ୍ୟମନ୍ତ୍ରୀଙ୍କ ପାଳି ସବା ଶେଷରେ ଥିଲା।
ଏମିତି ମିଟିଙ୍ଗ ରେ ବସି ଅପେକ୍ଷା କରିବା ଅଲଗା । ଭିଡ଼ିଓ କଂଫେରେନ୍ସ ରେ ବସି ଅପେକ୍ଷା କରିବା ଅଲଗା। ଏଣୁ ବିଳମ୍ବ ଦେଖି ଧୌର୍ଯ୍ୟହରା ହୋଇପଡିଥିଲେ।
ଧୌର୍ଯ୍ୟହରା ହୋଇ ନୀତିଶ କୁମାର ବୈଠକ ମଝିରେ କହିଥିଲେ ଯେ ଏଭଳି ଯଦି ଭିଡ଼ିଓ କଂଫେରେନ୍ସ ଚାଲେ ତାହେଲେ ଅଧରାତି ପର୍ୟ୍ଯନ୍ତ ବୈଠକ ଚାଲିବ ।
ନୀତିଶ କୁମାରଙ୍କ ପରେ ବୈଠକକୁ ଶେଷ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ୨୦ ମିନିଟର ବକ୍ତବ୍ୟ ରଖିଥିଲେ।