ନୂଆଦିଲ୍ଲୀ ୧୧/୬ : ପୂର୍ବରୁ ନବୀନ ଦେଇଥିବା ସୂଚନା ଅନୁସାରେ ମୋଦିଙ୍କ ସହ ଫୋନି ସମ୍ପର୍କୀତ କ୍ଷୟକ୍ଷତି ଓ କେନ୍ଦ୍ରର ସହାୟତାକୁ ନେଇ ନବୀନ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ୫ହଜାର କୋଟି ଆର୍ଥିକ ସହାୟତା ସହ ଫୋନି ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ଦାବି କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ସହାୟତ ଶୀଘ୍ର ଯୋଗାଇ ଦେବାକୁ ଦାବି କରିବା ସହ କୋଇଲା ରୟାଲିଟି ସଂଶୋଧନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି ନବୀନ । ସେହିପରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ମୋଦିଙ୍କୁ ସାକ୍ଷାତ ପରେ ସୂଚନା ଦେଇଛନ୍ତି ନବୀନ ।
ତେବେ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେବା ପ୍ରସଙ୍ଗ ଓ ବିଜେଡିରୁ ଉପବାଚସ୍ପତି ହେବା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଓଡିଶା ଉପକୂଳରେ ମାଡ କରିଥିଲା ଫୋନି ବାତ୍ୟା । ତେବେ ଫୋନି ମୁକାବିଲା ନେଇ ରାଜ୍ୟରେ ବିଜେପି ସେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିନଥିଲା । ଚର୍ଚ୍ଚା ହେଉଥିଲା ବିଜେଡିର ଆବଶ୍ୟକତାକୁ ଆଖି ଆଗରେ ରଖି କେନ୍ଦ୍ର ବିଜେପି ନବୀନ କିମ୍ବା ବିଜେଡି ଉପରେ ନରମ ରହିଥିଲା ।