ଭୁବନେଶ୍ୱର ୨୧/୫ : ଏକଜିଟ୍ ପୋଲରେ କେନ୍ଦ୍ରରେ ଏନଡିଏକୁ ବହୁମତ ଏବଂ ରାଜ୍ୟରେ ବିଜେଡିକୁ ବହୁମତ ମିଳିବା ପରେ ଏବେ କଂଗ୍ରେସକୁ ଶକ୍ତା ଝଟକା ଲାଗିଛି । ତେବେ ମଇ ୨୩ରେ ଫଳାଫଳ ଆସିବା ବାକି ରହିଛି । କିନ୍ତୁ ଏକଜିଟ ପୋଲ ଫଳାଫଳ ନେଇ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ଚିନ୍ତାରେ । ଏମିତିକି ସେ ନିଜ ଆସନରେ ଜିତିବା ନେଇ ମଧ୍ୟ ଦୃଢୋକ୍ତି ଦେଇ ପାରୁ ନାହାଁନ୍ତି ।
ଏହି ମଧ୍ୟରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ରାଜ୍ୟରେ କଂଗ୍ରେସ ସରକାର ଗଢିବା ଭଳି ଭୋଟ ପାଇ ନାହିଁ । କିନ୍ତୁ ଗତ ଥର ଅପେକ୍ଷା ଏଥର କଂଗ୍ରେସ ଅଧିକ ଭୋଟ ପାଇବା ଆଶା ରହିଛି । ଏକଜିଟ୍ ପୋଲକୁ ସମ୍ପୁର୍ଣ୍ଣ ଭାବରେ ବିଶ୍ୱାସ କରି ହେବ ନାହିଁ । ମୋତେ ନେଇ ଏକଜିଟ ପୋଲ ଭୁଲ ଆକଳନ କରିଛନ୍ତି । ମୁଁ ଭଣ୍ଡାରୀପୋଖରୀରୁ ନିଶ୍ଚୟ ଜିତିବି କିନ୍ତୁ ଘସିପୁରାରୁ ହାରି ଯାଇପାରେ ।