ଭୁବନେଶ୍ୱର ୮/୬ : ମିଛ ପାର୍କିଂ ମାଲିକ ମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି ତରଫରୁ ମିଳିଥିବା ସୂଚନା ମୁତାବକ, ସହରାଞ୍ଚଳରେ ଥିବା ବିଭିନ୍ନ ପାର୍କିଂ ସ୍ଥାନରେ ବେଆଇନଭାବେ ଟଙ୍କା ଆଦାୟ କରୁଥିବା ମିଛ ପାର୍କିଂ ମାଲିକମାନଙ୍କ ଉପରେ ଆକ୍ସନ ନେବାକୁ ଆରମ୍ଭ କରିଛି ପ୍ରୟାସ ।
ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ପାର୍କିଂ ଅଞ୍ଚଳରେ ମିଛ ପାର୍କିଂ ମାଲିକମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି ବିଏମସି । ଏହାପରେ ସେମାନଙ୍କ ପ୍ରକୃତ ପରିଚୟ ଏବଂ ସହରାଞ୍ଚଳର କେଉଁ କେଉଁ ସ୍ଥାନରେ କାୟା ବିସ୍ତାର କରିଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବିମଏମସି ଅଧିକାରୀ ବୋଲି ଜଣାପଡ଼ିଛି । ଅନ୍ୟପଟେ ଅବୈଧ ତଥା ବେଆଇନ୍ ଭାବେ ପାର୍କିଂ ଫି ଆଦାୟ କରୁଥିବା ମିଛ ପାର୍କିଂ ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦାୟର କରାଯିବା ମଧ୍ୟ ଆରମ୍ଭ କରିବ ବିଏମସି ।