ଲକ୍ଷ୍ନୌ ୨୦/୩ : ଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଗଣମାଧ୍ୟମ ନିକଟରେ କହିଛନ୍ତି ଏବଂ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।
ମାୟାବତୀ କହିଛନ୍ତି, ମୁଁ ଯେତେବେଳେ ଚାହିଁବି ଲୋକସଭା ନିର୍ବାଚନ ଲଢି ପାରିବି । ଆମ ମହାମେଂଟ ଏବେ ଭଲ ସ୍ଥିତିରେ ରହିଛି । ମୁଁ ଲୋକସଭା ନିର୍ବାଚନ ଲଢିବି ନାହିଁ । କିନ୍ତୁ ଯଦି ଭବିଷ୍ୟତରେ ଆବଶ୍ୟକ ପଡେ ତେବେ ଯେକୌଣସୀ ଆସନରୁ ନିର୍ବାଚନ ଲଢିପାରେ । ଏହା ପୂର୍ବରୁ ମାୟାବତୀ ନଗୀନା ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ବର୍ତମାନ ଦଳର ପରିସ୍ଥିତି ଏବଂ ଜନହିତକୁ ଦୃଷ୍ଟିରେ ରଖି ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।
ମାୟା ପୁଣି କହିଛନ୍ତି ମୁଁ ଯେଉଁ ଆସନରେ ଠିଆ ହେବି ଦଳର କାର୍ୟ୍ୟକର୍ତାମାନେ ପ୍ରଚାର କରିବେ ପାଇଁ ଯିବେ ତେଣୁ ଅନ୍ୟ ଆସନ ଉପରେ ଏହାର ପ୍ରଭାବ ପଡିବ । ତେଣୁ ମୁଁ ଏଭଳି ନିଷ୍ପତି ନେଇଛି । ସୂଚନାଯୋଗ୍ୟ, ୟୁପିରେ ସମୁଦାୟ ୮୦ଟି ଆସନରୁ ଏସପି ବିଏସପି ଏବଂ ଆରଏଲଡି ମହାମେଂଟ ସରକାର ନିର୍ବାଚନ ଲଢୁଛନ୍ତି । ବିଏସପି ୩୮ଟି ଆସନରେ ନିର୍ବାଚନ ଲଢୁଥିବା ସମୟରେ ଏସପି ୩୭ଟି ଆସନ ଏବଂ ଆରଏଲଡି ୩ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ସେହି ସମୟରେ ଅମେଠି ଏବଂ ରାୟବରେଲୀରେ କଂଗ୍ରେସ ପାଇଁ ଦୁଇଟି ଆସନ ଛାଡି ଦିଆଯାଇଛି । ଏହାର ଉତରରେ କଂଗ୍ରେସ ଏସପି ବିଏସପି ପାଇଁ ୭ଟି ଆସନ ଛାଡିବ ବୋଲି ଘୋଷଣା କରିଥିଲା ।