ଦେଶ ବିଦେଶ

ମହାନଦୀ ବିବାଦ : ଉଭୟ ରାଜ୍ୟ ଏକାଠି ବସିଲେ ମାମଲାର ଆପୋସ ସମାଧାନ ହେବ : ସିଂହ ଦେଓ

Published

on

ରାୟପୁର ୬/୩ : ଗତକାଲି ସନ୍ଧ୍ୟାରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ସମାଧାନ ନେଇ ବୈଠକ ବସିଥିଲା । ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି । ଅନ୍ୟ ପଟେ ମହାନଦୀ ବିବାଦ ସମାଧାନ ନେଇ ଆଶା ପ୍ରକଟ୍ କରିଛନ୍ତି ଛତିଶଗଡ଼ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ଉଭୟ ରାଜ୍ୟ ଏକାଠି ବସିଲେ ମାମଲାର ଆପୋସ ସମାଧାନ ହେବ। ଛତିଶଗଡ଼ ସ୍ଵାସ୍ଥ୍ୟମନ୍ତ୍ରୀ ତଥା ପିସିସି ପ୍ରଭାରୀ ଟି.ଏସ୍ ସିଂହ ଦେଓ କହିଛନ୍ତି ଯେ, ଉଭୟ ରାଜ୍ୟ ଏକାଠି ବସିଲେ ମାମଲାର ଆପୋସ ସମାଧାନ ହୋଇ ପାରିବ। ଛତିଶଗଡ଼ ସାନ ଭାଇ ଏବଂ ଓଡ଼ିଶା ବଡ଼ ବାଇ ବୋଲି କହିଛନ୍ତି ମନ୍ତ୍ରୀ। ତେଣୁ ଦୁଇ ଭାଇ ଏକାଠି ବସିଲେ ଏହି ବିବାଦର ସମାଧାନ ହୋଇଯିବ।
ସେ କହିଛନ୍ତି ଯେ, ମହାନଦୀର ୮୦ ପ୍ରତିଶତ ପାଣି ବ୍ୟବହାର ନହୋଇ ସମୁଦ୍ରକୁ ଚାଲି ଯାଉଛି। ସମୁଦ୍ରକୁ ଯାଉଥିବା ପାଣି ଅପଚୟ ରୋକିବାକୁ ପଡ଼ିବ। ତା ହେଲେ ଯାଇ ଉଭୟ ରାଜ୍ୟ ଏହି ବିବାଦର ସମାଧାନ କରି ପାରିବେ ବୋଲି ମନ୍ତ୍ରୀ ସିଂହଦେଓ କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version