ଭୋପାଳ: ମଧ୍ୟପ୍ରଦେଶ କମ୍ପୁଟର ବାବାଙ୍କର ଏବେ ବେଳା ଖରାପ ପଡ଼ିଛି । ରାଜ୍ୟରେ ସରକାର ବଦଳିବା ପରେ ବର୍ତମାନ ବାବାଙ୍କର ଭାଗ୍ୟ ବି ବଦଳିବାରେ ଲଗିଛି ।
କମଳ ନାଥଙ୍କ ସରକାରରେ କାମୁଟର ବାବାଙ୍କୁ ରିଭର ଟ୍ରଷ୍ଟର ଚ୍ୟାରମେନ ପଦବୀ ମିଳିବା ସଙ୍ଗେ ସଙ୍ଗେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଥିଲା । ସରକାରୀ ଗାଡିମଟର ସିକ୍ୟୁରୀଟି ମିଳିଥିଲା । ହେଲେ ଘଟଣା ଚକ୍ରରେ ସରକାର ବଦଳି ଯିବା ପରେ ଏବଂ ଶିବରାଜ ସିଂହ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାପରେ ବାବାଙ୍କର ଆଉ ସରକାରୀ ଗାଡି ନାହିଁ କି ଆଉ ତାଙ୍କର ସରକାରୀ ଚାକର ବାକର ନାହିଁ । ବାବାଙ୍କ ପାଖରେ ଏବେ କେବଳ ସିକ୍ୟୁରିଟି ଗାର୍ଡ ରହି ଯାଇଛି । ଅଳ୍ପ ଦିନରେ ବାବାଙ୍କର ସିକ୍ୟୁରିଟି ଗାର୍ଡ ସଙ୍ଗେ ସଙ୍ଗେ ତାଙ୍କର ପଦଵୀ ଚାଲିଯିବ ଏଥିରେ କିଛି ସନ୍ଦେହ ନାହିଁ । ବାବା ଏବେ ତାଙ୍କ ଆଶ୍ରମରେ ଲକଡାଉନ ଜୀବନ କାଟୁଛନ୍ତି ।
ବାବା ନାମଦେଓ ଦାସ ତ୍ୟାଗୀ ଏକଦା ମୁଖ୍ୟମନ୍ତ୍ରୀ ଚୌହାନଙ୍କର ପାଖ ଲୋକ ଥିଲେ । ହେଲେ ଗତ ବିଧାନସଭା ନିର୍ବାଚନ ବେଳେ ବାବା ବିରୋଧୀ ହୋଇ ପଡ଼ିଥିଲେ ଏବଂ କଂଗ୍ରେସ ନେତା ଦିଗ ବିଜୟ ସିଂହଙ୍କ ସହ ମିଶି ବିଜେପି ପ୍ରଚାର କାରିଥିଲେ । ବାବାଙ୍କର ପ୍ରଚାର ବେଶ ପ୍ରଭାବଶାଳୀ ଥିଲା ଏବଂ ନିର୍ବାଚନରେ ଜିତି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇପାରିଥିଲା ।
ଏବେ ମଧ୍ୟପ୍ରଦେଶରେ ସରକାର ପରିବର୍ତ୍ତନ ପରେ ବାବାଙ୍କର ରାହୁରେ କେତୁ ଚାଲିଲାଣି ।