ଦେଶ ବିଦେଶ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ମନ୍ତ୍ରିମଣ୍ଡଳ ଗଠନରେ କରୋନା କାଳ

Published

on

ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଇଁ କରୋନା ଅପେକ୍ଷା ରାଜନୈତିକ ଅଡୁଆ ଏବେ ବେଶୀ ମୁଣ୍ଡବ୍ୟଥାର କାରଣ ହୋଇଛି । କଳେ ବଳେ କୌଶଳେ କମଳ ନଥଙ୍କ ଠାରୁ ସରକାରଟା ଛଡ଼ାଇ ଆଣିଲେ,ହେଲେ ଏବେ ଅଡୁଆରେ ପଡି ଯାଇଛନ୍ତି। ଅନେକ କଂଗ୍ରେସୀ ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଇ କମଳ ନାଥ ସରକାର ଭାଙ୍ଗିବାରେ ସକ୍ଷମ ହେଲେ । ହେଲେ ଏବେ ମନ୍ତ୍ରିମଣ୍ଡଳ ଗଠନ କରି ପାରୁ ନାହାଁନ୍ତି।
ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କି ନାହିଁ କରୋନା ମହାମାରୀର ରୂପ ନେଲା । ଆଉ ସେ କିଛି କରିବା ପୂର୍ବରୁ ସବୁକିଛି ଲକଡାଉନ ହୋଇଗଲା ।
ବର୍ତ୍ତମାନ କରୋନା ସମୟରେ ମନ୍ତ୍ରିମଣ୍ଡଳ ଗଠନ କରିବା ସୁନ୍ଦର ହେବ ନାହିଁ । ଅନେକ ସମାଲୋଚନା ହେବ ।
ହେଲେ ମନ୍ତ୍ରୀ ଆଶାୟି ବିଧାୟକ ଅଧୋର୍ୟ ହେଲେଣି ।
ଦେଶରେ ମଧ୍ୟପ୍ରଦେଶ ଏବେ କରୋନାର ଏକ ହଟସ୍ପଟ ପାଲଟିଛି ।

ରାଜ୍ୟ ସରକାରଙ୍କ ଅପରଗ ଯୋଗୁଁ ଏହା ହେଉଛି ବୋଲି ବିରୋଧୀ କଂଗ୍ରେସ ଆଙ୍ଗୁଳି ଦେଖାଇଲାଣି ।
ବିଜେପି ଦଳ ପକ୍ଷରୁ, ଶାସକ ବିଧାୟକ ଦଳ ପକ୍ଷରୁ ଏବଂ ବିରୋଧୀ ଦଳର ଚାପରେ ପଡି ଚୌହାନ ଏ ସପ୍ତାହରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଟାସ୍କଫୋର୍ସର ମୁଖ୍ୟ ଉଦେଶ୍ୟ ହେଲା କରୋକୁ ପ୍ରତିହତ କରିବା ।
ହେଲେ ଟାସ୍କଫୋର୍ସ ର ପ୍ରଥମ ବୈଠକରେ ହିଁ ଚୌହାନଙ୍କ ଅକଲ ଗୁଡୁମ ହୋଇଗଲା । ଭିଡ଼ିଓ କଂଫେରେନ୍ସ ରେ ହୋଇଥା ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅଡ଼ୁଆ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବୈଠକରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟ ଭର୍ଗୀୟା ଓ ଅନ୍ୟାନ୍ୟ ସଭ୍ୟମନେ ପଚାରିଲେ ଟାସ୍କଫୋର୍ସ ର କାମ କଣ ? ଆମ ନିର୍ଦ୍ଦେଶ କଣ ଅଫିସରମାନେ ମାନିବେ?
ଏଭଳି ପ୍ରଶ୍ନ ଶୁଣି ଚୌହାନ ଯିଏ କଥା କହିଲେ ପାଟିରେ ବଟୁଲି ବଜେନି, ଚୁପଚାପ ବସି ବୋଧହୁଏ ଭାବୁଥିଲେ ମାତ୍ର ବର୍ଷୁଟିଏ ଗାଦି ରେ ରହିଲିନି ଯେ ୟା ଭିତରେ ରାଜନୀତି ଏତେ ବଦଳିଗଲା ।
ବିଜେପି ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗୀୟା ଟାସ୍କ ଫୋର୍ସ ର ଭୂମିକା କଣ? ଟାସ୍କ ଫୋର୍ସ ସଦସ୍ୟ କଣ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ ? ଅଫିସର ମାନେ କଣ ସେ ନିର୍ଦ୍ଦେଶ ମାନିବେ?
ବିଜେପି ଦଳ ପକ୍ଷରୁ ଟାସ୍କ ଫୋର୍ସ ଗଠନ କରାଗଲା । ଟାସ୍କ ଫୋର୍ସର ପ୍ରଥମ ବୈଠକ ଭିଡ଼ିଓ କନଫେରେନ୍ସିଂଗ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version