ଭୁବନେଶ୍ୱର ୨୦/୬ : ମଦ ପିଇ ଗାଡି ଚଳାଇଲେ ଏଣିକି ହେବ କଡା କାର୍ୟ୍ୟାନୁଷ୍ଠାନ । ଏପରିକି କୌଣସି ବ୍ୟକ୍ତି ମଦ ପିଇ ଗାଡି ଚଳାଉଥିଲେ କିମ୍ବା ସନ୍ଦେହ ହେଲେ ଗିରଫ କରିପାରିବ ପୋଲିସ । ଏ ନେଇ ନିୟମ ଥିଲେ ବି ଅଧିକାଂଶ କ୍ଷେତ୍ରରେ ଏହା କାର୍ୟ୍ୟକାରୀ ହେଉନାହିଁ । ଅନେକ କ୍ଷେତ୍ରରେ ସଂପୃକ୍ତ ଲୋକଙ୍କୁ ଅଟକ ରଖାଯାଉଛି ଓ ତାଗିଦ କରି ଛାଡି ଦିଆଯାଉଛି । ତେଣୁ ମଦୁଆ ଡ୍ରାଇଭର ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗ ଗୃହ ବିଭାଗକୁ ଚିଠି ଲେଖିଛି । ଗିରଫ ପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଏ ନେଇ ଥିବା ନିୟମକୁ କଡାକଡି କରିବାକୁ ସଂପୃକ୍ତ ଜିଲ୍ଲାର ଆରଟିଓଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି ।