ନୂଆଦିଲ୍ଲୀ ୨୨/୫ : ଏଥର ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରିବା ପାଇଁ ବିପକ୍ଷ ଲାଗି ପଡିଛନ୍ତି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି ମତଦାତାଙ୍କ ପ୍ରତି କୃତଜ୍ଞତା ଜାହିର କରିଛନ୍ତି ।
ସ୍ମୃତି ଟ୍ୱିଟ୍ କରି କହିଛନ୍ତି ଯେ, ଏହି ନିର୍ବାଚନ ଜନତା ବନାମ ବିରୋଧୀ ଥିଲା । ଚଳିତ ନିର୍ବାଚନ ସେମାନଙ୍କର ଯେଉଁମାନେ ଅରାଜକତା ବିରୋଧରେ ଛିଡା ହୋଇଥିଲେ । ଏହା ମଧ୍ୟ ଭାରତକୁ ବିଭାଜନ ପାଇଁ ଚେଷ୍ଟା କରୁଥିବା ଶକ୍ତିମାନଙ୍କ ବିରୋଧରେ ରହିଥିଲା । ସେହି ମତାଦାତାଙ୍କୁ ଧନ୍ୟବାଦ ଯେଉଁମାନେ ଭାରତର ଭବିଷ୍ୟତ କଥା ଚିନ୍ତା କରି ବିଜେପି ଉପରେ ଭରସା କରିଛନ୍ତି ।
ଗତାକାଲି ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ମଧ୍ୟରେ ଆମେଠୀରୁ ବିଜେପିର ସାଂସଦ ପ୍ରାର୍ଥୀ ରହିଥିବା ସ୍ମୃତି ଇରାନୀ ଆସନ୍ତା କାଲି ସେଠାରେ ଉପସ୍ଥିତ ରହିବେ । ସେ ଭୋଟଗଣତି କେନ୍ଦ୍ରରେ ଉପସ୍ଥିତ ରହି କାଉଟିଂ କର୍ମଚାରୀ ଏବି ବିଜେପି କର୍ମୀଙ୍କ ଉତ୍ସାହ ବୃଦ୍ଧି କରିବେ ବୋଲି କହିଛନ୍ତି ।