ରାଜନୀତି

ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ଶିବିର

Published

on

ଭୁବନେଶ୍ୱର ୧୭/୫ : ୨୩ ତାରିଖରେ ଆସିବ ୨୦୧୯ ନିର୍ବାଚନରେ ଲଢୁଥିବା ନେତାଙ୍କ ପରୀକ୍ଷା ଫଳ । ସେହି ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ଶିବିର କରାଯାଇଛି । ସୁନ୍ଦରଗଡ ସ୍ଥାନୀୟ ପ୍ରଗତି ମଣ୍ଡପ ପରିସରରେ ଏକ ତାଲିମ ଶିବିରରେ ସୁନ୍ଦରଗଡ ସଦର ଓ ତଲସରା ବିଧାନସଭା ଆସନ ପାଇଁ ମାଷ୍ଟର ଟ୍ରେନର ଭାବେ ସଦର ଉପଜିଲ୍ଲାପାଳ ଡୋଲାମଣି ପଟେଲ, ପିଡି ଡିଆରଡିଏ ଭୁମେଶ ବେହେରା ତାଲିମ ଦେଇଛନ୍ତି । ସେହିଭଳି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବାଲିଶଙ୍କରା ବିଡିଓ ଅଭିମନ୍ୟୁ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଭାଷ୍କର ଚନ୍ଦ୍ର ତୁରୁକ ଅନ୍ୟ ନିର୍ବଚନ କର୍ମଚାରୀମାନଙ୍କୁ ତାଲିମ ଦେଇଛନ୍ତି ।
ପ୍ରଥମ ପର‌୍ୟ୍ୟାୟରେ ଥିଓରି ତାଲିମ ଓ ଦ୍ୱିତୀୟ ପର‌୍ୟ୍ୟାୟରେ ଇଭିଏମ ଓ ଭିଭିପାଟର ପ୍ରାକ୍ଟିକାଲ ତାଲିମ ଦିଆଯାଇଥିଲା । ସେହିଭଳି କୋରାପୁଟରେ ମଧ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣନା କାମରେ ନିୟୋଜିତ ହୋଇଥିବା ସୁଭରଭାଇଜର ଓ ସହାୟକମାନଙ୍କୁ ସ୍ଥାନୀୟ ସରକାରୀ ହାଇସ୍କୁଲ ଠାରେ ତାଲିମ୍ ଦିଆଯାଇଛି । ମାଷ୍ଟର ଟ୍ରେନର ବରିଷ୍ଠ ପ୍ରଶାସକ ସୁଜାତା ମିଶ୍ର ଜିଲ୍ଲାର ତହସିଲଦାର ଓ ବିଡିଓମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । କୋରାପୁଟ ଜିଲ୍ଲାପାଳ, ଏଡିଏମ ଏବଂ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version