ନୂଆଦିଲ୍ଲୀ ୨୨/୫ : ବିଜେପିରୁ କଂଗ୍ରେସରେ ମିଶିଥିବା ଉଦିତ ରାଜ ସର୍ବୋଚ୍ଚ ଅଦାଲତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଟୁଇଟ କରି ସେ ଲେଖିଛନ୍ତି ଯେ, ଭିଭିପାଟର ସବୁ ଚିରକୁଟକୁ ଗଣତି କରିବାକୁ କାହିଁକି ସୁପ୍ରିମକୋର୍ଟ ଚାହୁଁନାହାନ୍ତି । ନିର୍ବାଚନ ପ୍ରକ୍ରିୟାରେ ପାଖାପାଖି ୩ମାସ ହେଲା ସକରାରୀ କାମ ବନ୍ଦ ପଡିଛି, ତେଣୁ ଗଣତି ପାଇଁ ୨ରୁ ୩ଦିନ ସମୟ ଲାଗିଲେ କଣ ଫରକ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାଣିଛନ୍ତି ଉଦିତ ରାଜ । ସେ କହିଛନ୍ତି ନିର୍ବାଚନ କମିଶନ ବିକ୍ରି ହୋଇସାରିଛନ୍ତି । ତା ସହ ଗମ୍ଭୀର କହିଯୋଗ କରି କହିଛନ୍ତି ଯେ ବିଜେପିକୁ ଯେଉଁଠି ଯେଉଁଠି ଇଭିଏମ ବଦଳାଇବାକୁ ଥିଲା ସେଠାରେ ବଦଳା ଦିଆଯାଇ ସାରିଥିବ । ଏଥିପାଇଁ ୭ଟି ପର୍ୟ୍ୟାୟରେ ନିର୍ବାଚନ କରାଯାଇଛି ବୋଲି କଂଗ୍ରେସ ନେତା ଉଦିତ ରାଜ ଅଭିଯୋଗ ଆଣିଛନ୍ତି ।