ଅପରାଧ

ଭିଜିଲାନ୍ସ ଜାଲରେ ଆରଆଇ

Published

on

ବାଲିଗୁଡ଼ା ୩୦/୧ : ଲାଂଚ ନେଉଥିବାବେଳେ ବାଲିଗୁଡ଼ା ରାଜସ୍ୱ ନିରୀକ୍ଷକ ତାରିଣୀ ପରିଚ୍ଛାଙ୍କୁ ଭିଜିଲାନ୍ସ ଗିରଫ କରିଛି । ବାଲିଗୁଡ଼ା ଥାନା ବଡ଼ ଗାଁର ଶୁକଦେବ ମଲ୍ଲିକଙ୍କ ଜମି ଚିହ୍ନଟ ରିପୋର୍ଟ ଦେବାଲାଗି ରାଜସ୍ୱ ନିରୀକ୍ଷକ ୧ ହଜାର ଟଙ୍କା ଲାଂଚ ମାଗିଥିଲେ । ବୁଧବାର ଶୁକଦେବ ତାଙ୍କୁ ଏହି ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାରିଣୀଙ୍କୁ ଧରିଥିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version