ଭୁବନେଶ୍ୱର ୨୭/୪ : ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି । ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ନେଇ ସିଇଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ଆଉ ମାତ୍ର ୨ ଦିନ ପରେ ନିର୍ବାଚନ ଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଂଟା ଯାଉଥିବା ଅଭିଯୋଗ କରିଛି ବିଜେଡ଼ି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିମ୍ନ ସ୍ତରକୁ ଖସିଯାଇଛନ୍ତି । ସ୍ପଷ୍ଟ ସୂଚନା ଅନୁସାରେ ବୈଜୟନ୍ତ ପଣ୍ଡା ୪ ଜଣ ସହଯୋଗୀଙ୍କୁ ଟଙ୍କା ବାଂଟିବା ପାଇଁ ଲଗାଇ ଦେଇଛନ୍ତି । ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଅତ୍ୟନ୍ତ କୁତ୍ସିତ ରାସ୍ତା ଆପଣାଇଛି ବିଜେପି । କେନ୍ଦ୍ରାପଡ଼ାରେ ବଉଳ ବିହାରରେ ଥିବା ବୈଜୟନ୍ତ ପଣ୍ଡାଙ୍କ ଏକ ଅଫିସରେ ଏହି କାମ କରାଯାଉଛି । ବୈଜୟନ୍ତ ପଣ୍ଡାଙ୍କ ପ୍ରମୁଖ ୪ ଜଣ ସହଯୋଗୀ କଳା ଟଙ୍କା କାରବାର କରୁଛନ୍ତି ।
ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରାପଡ଼ାରେ ଉଡ଼ୁଛି କଳାଟଙ୍କା । କଳାଟଙ୍କାର ବ୍ୟାପାର ଖେଳାଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ଦୀପକ ପଣ୍ଡା । ଆଉ ତାଙ୍କୁ ଜ୍ୟୋତି ଘୋଷ, ବିଶ୍ୱଜିତ, ଏକେ ଦାସ ପ୍ରମୁଖ ସହଯୋଗ କରୁଛନ୍ତି । ବିଜେଡ଼ି ଏନେଇ ସିଇଓଙ୍କ ନିକଟରେ ଫେରାଦ ହେବାସହ ତାଙ୍କର ମୋବାଇଲ ନମ୍ବର ଓ ସମ୍ପୂର୍ଣ୍ଣ ବିବରଣୀ ହସ୍ତାନ୍ତର କରିଛନ୍ତି । ସିଇଓ ତୁରନ୍ତ ଏହାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ବିଜେପି । ଏହି ବ୍ୟକ୍ତି ମାନଙ୍କର ମୋବଇଲ ଫୋନ ସର୍ଭିଲେନ୍ସରେ ରଖାଯାଉ । ଏବଂ ତୁରନ୍ତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସେମାନଙ୍କୁ ବିତାଡ଼ିତ କରାଯାଉ ବୋଲି ଦାବି କରାଯାଇଛି ।