Connect with us

ଭୁବନେଶ୍ୱର ୨୦/୫ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଶ୍ୱାସଯୋଗ୍ୟ ନୁହେଁ । ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବନି ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ । କଂଗ୍ରେସ ଛିଡିବା ପାଇଁ ଆମେ ନିଜେ ହିଁ ଦାୟୀ । ଘଷିପୁରାରୁ ଜିତିନପାରୁ କିନ୍ତୁ ଭଣ୍ଡାରୀପୋଖରୀରୁ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, କେନ୍ଦ୍ରରେ ଆମେ ୩ ଶହରୁ ଅଧିକ ଆସନ ଜିତିବୁ । ବିଧାନସଭା ଆସନରେ ବି ଭଲ ପ୍ରଦର୍ଶନ କରିବୁ । ଖାଲି ଏତିକି ନୁହେଁ ଭାରତୀୟ ଜନତା ପାର୍ଟି ଓଡିଶାରେ ବେଧଡକ ଭାବେ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୁଏଲ । କାହିଁକି ନା ମୋଦି ମେଜିକ ଓଡିଶାରେ କାମ ଦେଇଛି । ଏବଂ ମୋଦିଙ୍କର ଯେଉଁ ହାୱା ଅଛି ସେଥିରେ ଏଥରକ ୩୦୦ ଉପରେ ସିଟ୍ ଯିବ ଏମପିର ଏବଂ ଓଡିଶାରେ ମଧ୍ୟର ୭୦ରୁ ଉପରେ ବିଧାନସଭା ଜିତି ବିଜେପି ସରକାର ଗଢିବ ବୋଲି ପୂରା ଦମ୍ଭ ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ବିଜେପି ନେତା ସଙ୍ଗୀତା ସିଂହଦେଓ ଓ ପ୍ରଦୀପ୍ତ ନାୟକ ମଧ୍ୟ ବିଜେପି ଭଲ କରିବ ବୋଲି କହିଛନ୍ତି ।
ଅନ୍ୟପଟେ, ଏକଜିଟ ପୋଲ ନେଇ ନେଇ କଂଗ୍ରେସ ନେତା ପଂଚାନନ କାନୁନଗୋ ଓ ସୁର ରାଉତରାୟ ମଧ୍ୟ ମତ ରଖିଛନ୍ତି । ସୁର ରାଉତରାୟ କହିଛନ୍ତି, ଏକଜିଟ ପୋଲ ଯାହା କହେ ତାହା ସତ ନୁହେଁ , କିନ୍ତୁ ତାହା ପୁରାପୁରି ମିଛ ମଧ୍ୟ ନୁହେଁ । ୨୩ରେ ଜଣାପଡିଯିବ କି ବାସ୍ତବରେ କିଏ ସରକାର ଗଢିବ ଆଉ କିଏ ନୁହେଁ । ତେବେ କଂଗ୍ରେସରେ ଓଡିଶାରେ କ୍ଷତି ହୋଇଛି । ସେଥିପାଇଁ କର୍ମୀ ମାନେ ଦାୟୀ । ନିରଂଜନ ପଟ୍ଟନାୟକ ଠିକ୍ ଚଲେଇଥିଲେ । କିନ୍ତୁ କିଛି ଲୋକ ଯେଉଁମାନେ କି ଟିକେଟ ଫେରାଇଦେଲେ ସେମାନେ ଦଳଟାକୁ ବଦନାମ କରିଦେଲେ । ଆଉ ଏହି କାରଣରୁ ହିଁ ଓଡିଶାରେ ଦଳକୁ ବହୁ କ୍ଷତି ସହିବାକୁ ପଡିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions