ଭୁବନେଶ୍ୱର:ବିଶିଷ୍ଟ ଶ୍ରମିକ ନେତା, ଏ ଆଇ ଟି ୟୁ ସିର ସାଧାରଣ ସମ୍ପାଦକ ତଥା ସି ପି ଆଇର ପୂର୍ବତନ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୌରୀବନ୍ଧୁ କର ଆମ ଗହଣରେ ଆଉ ନାହାଁନ୍ତି। ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ସେ ଓଡ଼ିଶାର ବ୍ୟାଙ୍କ କର୍ମଚାରୀ ତଥା ଶ୍ରମିକଶ୍ରେଣୀର ବିଭିନ୍ନ ନ୍ୟାୟଚିତ ଦାବିକୁ ନିଜର ଶାଣିତ ସ୍ୱର ଜରିଆରେ ଜୀବନର ଶେଷ ପର୍ଯ୍ୟନ୍ତ ଉଠାଇ ଆସିଥିଲେ ।
ସୌରୀବନ୍ଧୁଙ୍କ ବିୟୋଗରେ ଏକ ଶୋକ ବାର୍ତ୍ତାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି,”ତାଙ୍କ ବିୟୋଗ ମେହେନତି ଓ ଶ୍ରମିକ ଶ୍ରେଣୀ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କର ଏପରି ଅକାଳ ବିୟୋଗରେ ମୁଁ ତାଙ୍କ ପରିବାର ପ୍ରତି ସହାନୁଭୂତି ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ।”