ବାଲେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ସାରା ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିଛି । ଯାହା ଫଳରେ ଏବେ ଉତ୍ତର ଓଡିଶାରେ ବନ୍ୟାବରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ଓଡିଶାରେ ଥିବା ଜଳକା ନଦୀରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ନଦୀର ଜଳ ସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ସାରା ରାଜ୍ୟରେ ୨ ଦିନ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସକାଳ ୯ ଟା ସୁଦ୍ଧା ଜଳ ପତ୍ତନ ୬.୨୦ ମିଟରରେ ପହଞ୍ଚିଛି ।