ଭୁବନେଶ୍ୱର ୧/୧୨ : ବିଜୁ ସମତା କ୍ରାନ୍ତି ଦଳରେ ଯୋଗ ଦେବା ପାଇଁ ଦଳର ମୁଖ୍ୟ ଦାମୋଦର ରାଉତ ଗତକାଲି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି ଯେ, ସବୁ ବିଜୁ ଅନୁଗତଙ୍କୁ ଏକାଠି କରିବା ପାଇଁ ସେ ପ୍ରୟାସ କରୁଛନ୍ତି । ଏଥିରେ ସବୁ ବିଜୁପ୍ରେମୀ ସାମିଲ ହେବା ଦଳକାର । ବିଜୟ ମହାପାତ୍ରଙ୍କର ଯଦି ବିଜୁ ପଟ୍ଟନାୟକଙ୍କ ପ୍ରତି ଦରଦ ଥିବ, ତେବେ ସେ ନିଶ୍ଚୟ ସମୁଚିତ ନିଷ୍ପତି ନେବେ । ଅପରପକ୍ଷରେ ଦାମୋଦର ରାଉତଙ୍କ ପକ୍ଷରୁ ଏ ସମ୍ପର୍କରେ ତାଙ୍କୁ କୋ÷ଣସି ଖବର ଦିଆଯାଇନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ତେଣେ ଶ୍ରୀ ମହାପାତ୍ର ଓ ଶ୍ରୀ ରାୟ ଦଳ ଛାଡ଼ିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, କେହି ଦଳ ଛାଡ଼ିଲେ ବିଜେପି ଉପରେ ତାହାର କୋ÷ଣସି ପ୍ରଭାବ ପଡ଼ିବ ନାହିଁ । ବରଂ ଏହା ବିଜେପି ପାଇଁ ‘ଲସ୍’ ନୁହେଁ ‘ପ୍ଲସ୍’ ।