ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଚା’ କୁ ଡାକିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ।
ବିଜପିର ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ଓ ତାଙ୍କ ପରିବାର ବର୍ଗଙ୍କୁ ପ୍ରିୟଙ୍କା ଚା’ ଭୋଜିକୁ ନିମନ୍ତ୍ରଣ ଦେଇଛନ୍ତି।
ପ୍ରକୃତରେ ଦିଲ୍ଲୀର ଲୋଧି ଇଷ୍ଟେଟ ରେ ପ୍ରିୟଙ୍କା ରହୁଥିବା ୩୫ ନମ୍ବର ସରକାରୀ ଘରଟି ଏବେ ବଳିନିଙ୍କୁ ମିଳିଛି। ପ୍ରିୟଙ୍କା ଏହି ଘର ଅଗଷ୍ଟ ୧ ତାରିଖ ସୁଦ୍ଧା ଛାଡିଦେବେ ବୋଲି ସରକାରଙ୍କୁ ଜଣାଇ ଦେଇଛନ୍ତି। ପ୍ରିୟଙ୍କା ଏବେ କଂଗ୍ରେସର ଉତ୍ତର ପ୍ରଦେଶ ଦାଇତ୍ଵରେ ଅଛନ୍ତି।
ତେବେ ଘର ଛାଡ଼ିବା ପୂର୍ବରୁ ସେ ଘରକୁ ଆସୁଥିବା ପରିବାରକୁ ସ୍ଵାଗତ ଜଣାଇବାକୁ ଏହି ଚ’ ଭୋଜିର ଆୟୋଜନ କରିଥିବା ପ୍ରକାଶ।