ନୂଆଦିଲ୍ଲୀ:ଘରବହୁଡା ପ୍ରବାସୀ ଶ୍ରମିକଙ୍କୁ ବିଜେପି ଦେବ ଜୋତା ।
ଲକଡାଉନର ଦୁର୍ଦ୍ଦଶାରେ ଅତିଷ୍ଠ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଏବେ ଘର ମୁହାଁ। ଗାଡି ମୋଟରକୁ ଅପେକ୍ଷା ନ କରି ସେମାନେ ଏବେ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ତାଙ୍କର ଭଟାମାଟିକୁ ଫେରିବାରେ ଲାଗିଛନ୍ତି। ଖରାତରା ନମାନି ଭୋକ ଉପାସରେ ଚାଲିବାକୁ ଲାଗିଛନ୍ତି। ଉପାସରେ କାହାର ହୋଶ ଉଡି ଗଲାଣି ତ କାହାର ଜୋତା ଚପଲ ଛିଡି ପାଦ ଫୋଟକା ହୋଇଗଲାଣି। କେହି କେହି ଭାଗ୍ୟବାନ ଘରେ ପହଞ୍ଚିବାରେ ସଫଳ ହେଉଛନ୍ତି। କେତକ ହାତଭାଗା ବାଟରେ ହିଁ ଶେଷ ଯାତ୍ରାରେ ବାହାରି ପଡୁଛନ୍ତି।
ପ୍ରବସୀ ଶ୍ରମିକମାନଙ୍କର ଏହି ଅବସ୍ଥା ଦେଖି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେ.ପି.ନଡ୍ଡା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସେମାନଙ୍କର ସେବା କରିବାକୁ ନିର୍ଦେଶ ଦେଇଛନ୍ତି।
ଗତ ଗୁରୁବାର ଅର୍ଥାତ ମେ ୧୪ ତାରିଖରେ ବିଜେପି ସଭାପତି ନଡ୍ଡାଙ୍କ ଅଧ୍ୟକ୍ଷତା ରେ ଦଳର ସାଧାରଣ ସମ୍ପାଦକମାନଙ୍କ ଏକ ବୈଠକରେ ବସିଥିଲା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ମନ୍ତ୍ରୀ ସାମିଲ ଥିଲେ।
ଦଳୀୟ ମୁଖ୍ୟ କର୍ଯ୍ୟାଳୟ ରୁ ଭିଡ଼ିଓ କଂଫେରେନ୍ସ ମଧ୍ୟମରେ ଚାଲିଥିବା ଏହି ବୈଠକରେ ନିଷ୍ପତ୍ତି ହେଲା ଯେ ଦଳୀୟ କର୍ମୀମାନେ ପ୍ରବସୀ ଶ୍ରମିକଙ୍କୁ ଖାଦ୍ୟ, ପାନୀୟ ଜଳ ଦିଆଯିବ। କେବଳ।ସତିକି ର ଦେବା ଆ ନଡ୍ଡା କହିଥିଲେ ଯେ ଘର ବାହୁଡା ପ୍ରବାସୀ ଶ୍ରମିକଙ୍କୁ ଦଳ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ହେବ।
ଶ୍ରମିକମାନଙ୍କୁ ଖାଦ୍ୟ, ପିଇବା ପାଣି ସହ ଚପଲ ବା ଜୋତା ଦେବାକୁ ନଡ୍ଡା ପରାମର୍ଶ ଦେଇଛନ୍ତି।
ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଥିବାଙ୍କୁ ବାଟରେ କିଛି ବଦାନ୍ୟ ବ୍ୟକ୍ତି ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଓ ପିଇବା ପାଣି ଦେଉଛନ୍ତି। ତେବେ କେହି ସେମାନଙ୍କର ଗୋଡ଼କୁ ଦେଖୁ ନାହାଁନ୍ତି । ଚପଲ-ଜୋତା ଛିଡି ଗୋଡ଼ ଫୋଟକା ହୋଇ ରକ୍ତ ବାହାରିଲାଣି।
ତାଳସ୍ତରରୁ ଉଠି ବିଜେପି ଦଳର ରାଷ୍ଟ୍ର ଅଧ୍ୟକ୍ଷ ହୋଇଥିବା ନଡ୍ଡାଙ୍କର ଲୋକ ସମସ୍ୟା ବୁଝିବାରେ ଏକ ନିଆରା କ୍ଷମତା ଅଛି। ଖାଦ୍ୟ ଏବଂ ପାଣି ପରେ ଘରବହୁଡା ଶ୍ରମିକମାନକର ସବୁଠାରୁ ବଡ ଆବଶ୍ୟକ ଜୋତା। ଏବଂ ଏହି କଥା ବୁଝି ନଡ୍ଡା ଖାଦ୍ୟ, ପାନୀୟ ଜଳ ସହ ଜୋତା-ଚପଲ ଶ୍ରମିକମାନଙ୍କୁ ଦେବା ପାଇଁ ପରାମର୍ଶ ଦେଇଛନ୍ତି।
କେବଳ ସେତିକି ନୁହଁ ନଡ୍ଡା ଦଳୀୟ କର୍ମୀଙ୍କୁ ରାଜ୍ୟଗୁଡିକରେ ଥିବା କ୍ୱାରାଣ୍ଟ।ଇନରେ ଉପରେ ନଜର ରାଖିବାକୁ ନିର୍ଦେଶ ଦେଇଛନ୍ତି। କ୍ୱାରାଣ୍ଟ।ଇନ ଗୁଡିକରେ ସମସ୍ତ ସୁବିଧା ମିଲୁଛି ନା ନାହିଁ ତାହା ଦେଖିବାକୁ କର୍ମୀମନଙ୍କୁ କହିଛନ୍ତି।