Nation

ବିଜେପିର ନୂଆ ପିଢି ହଟାଇଲେ ବାଜପେୟୀ-ଆଡ଼ଭାନୀଙ୍କ ଫୋଟୋ

Published

on

ନୂଆଦିଲ୍ଲୀ:ବିଜେପିର ନୂଆ ପିଢ଼ିଙ୍କୁ ଜାଗା ଦେବାକୁ ଯାଇ ଦଳର ମହାନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କ୍ରୀଷ୍ଣ ଆଡ଼ଭାନୀଙ୍କ ଫୋଟୋକୁ ହଟାଇ ଦିଆ ଯାଇଛି।
ଦଳର ପାର୍ଲିଆମେଣ୍ଟାରୀ ପାର୍ଟି ଅଫିସ ସମ୍ମୁଖରେ ବହୁଦିନ ଧରି ବାଜପେୟୀ ଓ ଆଡ଼ଭାନୀଙ୍କ ନାମ ଫଳକ ଲାଗିଥିଲା। ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳ ଏବଂ ପରବର୍ତ୍ତୀ କାଳରେ ମଧ୍ୟ ତାଙ୍କର ଏହି ନାମ ଫଳକ ଥିଲା। ଆଡ଼ଭାନୀ ଉପ ପ୍ରଧାନମନ୍ତ୍ରୀ ଏବଂ ପରବର୍ତ୍ତୀ କାଳରେ ଲୋକ ସଭା ଏମପି ଥିବା ବେଳଠୁ ଏହି ନାମ ଫଳକ ରହିଥିଲା। ଦୀର୍ଘ ୧୭ ବର୍ଷ ହେଲା ସେହି ନାମ ଫଳକ ଥିଲା। ପାର୍ଲିଆମେଣ୍ଟ ହାଉସର ରୁମ ନମ୍ବର ୪ ସମ୍ମୁଖରେ ଥିବା ଏହି ନାମ ଫଳକ ଦୁଇଟିକୁ ଗତ ସପ୍ତାହରେ ବାହାର କରି ଦିଆଯାଇଛି।
ଶୁଣା ଯାଉଛି ଏହି ସ୍ଥାନରେ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ନାମ ଫଳକ ଲାଗିବ। ନଡ୍ଡା ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ତରାଚାନ୍ଦ ଘେଲଟଙ୍କ ରୁମରେ ବସୁଥିଲେ। ଘେଲୋଟ ରାଜ୍ୟପାଳ ହେବାପରେ ଏହି ରୁମରେ ବର୍ତ୍ତମାନ ମନ୍ତ୍ରୀ ତଥା ରାଜ୍ୟସଭା ନେତା ପୀୟୂଷ ଗୋୟଲ ବସିବେ।

Leave a Reply

Your email address will not be published. Required fields are marked *

Trending

Exit mobile version