ଭୁବନେଶ୍ୱର: କିମ୍ବଦନ୍ତୀ ରାଷ୍ଟ୍ରନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଲା ଦୂତାବାସ କକ୍ଷ। ଦିଲ୍ଲୀସ୍ଥିତ ଇଣ୍ଡୋନେସିଆର ଦୂତାବାସର ଏହି ବିଜୁ ପଟ୍ଟନାୟକ କକ୍ଷକୁ ଇଣ୍ଡୋନେସିଆର ବିଦାୟୀ ରଷ୍ଟ୍ରଦୂତ ସିଦ୍ଧାର୍ଥ ସୂର୍ୟଦୀପର ଇଣ୍ଡୋନେସିଆର ଏକ ପବିତ୍ର ବ୍ୟଞ୍ଜନ ତମ୍ପେଙ୍ଗ ରାଇସକୁ କାଟି ଉଦଘାଟନ କରିଛନ୍ତି।
ଗତ ୧୯୪୦ ଦଶନ୍ଧିରେ ଇଣ୍ଡୋନେସିଆ ଉପର ଡ଼ଚ ସେନାର ଆକ୍ରମଣବେଳେ ଅସୀମ ସାହସିକତାର ପରିଚୟ ଦେଇ ବିଜୁବାବୁ ତାଙ୍କର ଡାକୋଟା ବିମାନରେ ସେ ଦେଶର ନେତାମାନଙ୍କୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ। ବିଜୁବାବୁଙ୍କୁ ଇଣ୍ଡୋନେସିଆର ଜାତୀୟ ନାୟକଭାବେ ବିବେଚନା କରି ସେଠାକାର ସରକାର ତାଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଜାତୀୟ ସମ୍ମାନରେ ଭୂଷିତ କରିଥିଲା।