ଆଇଜଲ:ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନାରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମାଥଙ୍ଗା ବୋଧହୁଏ ଥିଲେ ‘ଅଡ଼ ମ୍ୟାନ ଆଉଟ’ ।
ଏହି ଆଲୋଚନାରେ ନ’ଜଣ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ମିଳିଲା। ଏହି ନ’ଜଣଙ୍କ ମଧ୍ୟରେ ଥିଲେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା।
ଉତ୍ତର-ପୂର୍ବ ଭାରତର ଏହି ଛୋଟିଆ ପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ମହାମାରୀ ଓ ଲକଡାଉନ ସମୟରେ ତାଙ୍କ ରାଜ୍ୟର ପରିସ୍ଥିତି କଣ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ଚାଲିଥିବା ଏହି ଆଲୋଚନାରେ ଉପସ୍ଥାପନ କଲେ । ହେଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମନେ କଣ କହିଲେ ତାହା ସେ ଆଦୋୖ ବୁଝି ପାରିଲେ ନାହିଁ ।
ଭିଡ଼ିଓ କଂଫେରେନ୍ସ ସାରିବା ପରେ ସାମ୍ବାଦିକମନେ ତାଙ୍କୁ ପଚାରିଲେ କଣ ସବୁ ଆଲୋଚନା ହେଲା ।
ଜୋରାମାଥଙ୍ଗା ହସି ହସି କହିଲେ ମୁଁ କିଛିବି ବୁଝି ପରିଲିନି । ସମସ୍ତେତ ହିନ୍ଦୀରେ କହୁଥାନ୍ତି ଆଉ ମୁଁ ବୁଝିବି । ହିନ୍ଦୀ ର ଗୋଟିଏ ଶବ୍ଦ ବି ମୁ ଜାଣିନି । ବୁଝିବି କେମିତି?
ବିଚରା ଜୋରାମାଥଙ୍ଗା ।
ଉତ୍ତର-ପୁର୍ବ ଭାରତରେ ସ୍ଥାନୀୟ ଭାଷା ଓ ଇଂରାଜୀ ହିଁ ଵ୍ୟଵହାର ହୋଇଥାଏ।
ଆର ଥରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଶ୍ଚିତ ଭାବେ ହିନ୍ଦୀ ର ଭସନ୍ତରର ବ୍ୟବସ୍ଥା କରିବେ।