ନୂଆଦିଲ୍ଲୀ ୨୮/୧୧ : କମ୍ରେଡ୍ ବାସବ ରାଜୁ ସିପିଆଇ ମାଓ ସଂଗଠନର ମହାସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । ସିପିଆଇ ମାଓ ଡିଭିଜନ କେନ୍ଦ୍ରୀୟ କମିଟି ବୈଠକରେ ତାଙ୍କ ନାମକୁ ଅନୁମୋଦନ କରାଯାଇଛି । ୧୯୯୨ ମସିହାରୁ ଏହି ପଦରେ ରହିଥିବା କମ୍ରେଡ୍ ଗଣପତି ସ୍ୱାସ୍ଥ୍ୟଗତ କାରଣରୁ ଅବସର ନେବାକୁ ଚାହିଁଥିବାରୁ ତାଙ୍କ ସ୍ଥାନରେ କମ୍ରେଡ୍ ବାସବ ରାଜୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ବାସବ ରାଜୁ ହେଉଛନ୍ତି ଜଣେ ଆଗ ଧାଡ଼ିର ମାଓ ନେତା ଏବଂ ତାଙ୍କ ପ୍ରକୃତ ନାମ ନମ୍ବାଲା କେଶବ ରାଓ ।