ରାଜନୀତି

ବାବୁ ସିଂହ ହତାଶ : ଫେରାଇ ପାରନ୍ତି ବିଜେପି ଟିକେଟ

Published

on

ଭୁବନେଶ୍ୱର 31/3 : ବିଜେଡି ନେତା ବାବୁ ସିଂହ ବିଜେପି ରେ ଯୋଗ ଦେଇ ଏବେ ଅଡୁଆରେ । ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନ ପାଇଁ ବିଜେପି ଟିକେଟ ପାଇଥିଲେ ମଧ୍ୟ ବର୍ତମାନ ବାବୁ ସଂହ ନିର୍ବାଚନ ଲଢ଼ିବେ କି ନାହିଁ ତାହା ଚିନ୍ତା କରୁଛନ୍ତି ।
ବାବୁ ସିଂହ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଥିଲେ । ଏବଂ ସେ ଚଳିତ ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ଆସନରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସ୍ଥାନରେ ବିଜେଡି ଟିକେଟ ପାଇବେ ବୋଲି ଆଶା ରଖିଥିଲେ । ତେବେ ନିର୍ବାଚନ ପୂର୍ବରୁ ତାଙ୍କୁ ଜିଲ୍ଲା ସଭାପତି ପଦରୁ ବାହାର କରି ଅଶୋକ ପଣ୍ଡାଙ୍କୁ ଦାୟୀତ୍ୱ ଦେବାପରେ ବାବୁ ସିଂହ ଜାଣି ପାରିଥିଲେ ଯେ ତାଙ୍କର ଟିକେଟ ହେଉ ନାହିଁ ।
ତେଣୁ ସେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ । କେବଳ ସେତିକି ନୁହେଁ ବିଜେପିର ଭୁବନେଶ୍ୱର ଏକାମ୍ର ଆସନ ହାତେଇ ଥିଲେ । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବିଜେପିର ଆଶାୟୀ ପ୍ରାର୍ଥୀ ବିଦ୍ରୋହ ଘୋଷଣା କରିଥିଲେ । ତାଙ୍କର ସମର୍ଥକ ମାନେ ବିଜେପିର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇ ଦୁଇ ଦିନ କାଳ ପ୍ରତିବାଦ କରିଥିଲେ ।
ତେବେ ବିଜେପି ଟକେଟ୍ ହାତେଇବା ପରେ ବାବୁ ସିଂହ ବର୍ତମାନ ଏକୁଟିଆ ହୋଇ ପଡିଛନ୍ତି । ବିଜେପି ଦଳ ପକ୍ଷରୁ ତାଙ୍କୁ କୈାଣସି ସହଯୋଗ ମିଳୁ ନଥିବା ବେଳେ ତାଙ୍କର ବିଜେଡି ସମୟର ସମର୍ଥକ ମାନେ ମଧ୍ୟ ଛାଡି ଚାଲି ଗଲେଣି ।
ବାବୁ ସିଂହ ବିଜେପି କାର୍ଯ୍ୟାଳୟକୁ ଗଲେ ତାଙ୍କୁ କେହି ପଚାରୁ ନାହାଁନ୍ତି । ନିର୍ବାଚନ ପ୍ରଚାର ପାଇଁ ବାହାରିପାଇଁ ଯୋଗାଡ କଲାବେଳେ ବିଜେପି କର୍ମୀମାନେ ତାଙ୍କ ସହିତ ବାହାରିବାକୁ ରାଜି ହେଉ ନାହାଁନ୍ତି ।
ଦଳ ପକ୍ଷରୁ ହେଉଥିବା ଅବହେଳାରେ ବ୍ୟତିବ୍ୟସ୍ତ ହୋଇ ବାବୁ ସିଂହ ବର୍ତମାନ ବିଜେପି ଟକେଟ ଫେରାଇ ଦେବାର ଚିନ୍ତା କରୁଛନ୍ତି ବୋଲି ତାଙ୍କର ନିକଟତମ ମହଲରୁ ପ୍ରକାଶ ।
ବାବୁ ସିଂହ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀଙ୍କ ମଧ୍ୟମରେ ବିଜେପିରେ ପଶି ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିରୋଧ କରୁଥିବା ପ୍ରକାଶ ।
ବାବୁ ସିଂହ ଇତି ମଧ୍ୟରେ ଦଳୀୟ ଅବହେଳା କଥା ଅପରାଜିତା ଷଢ଼ଙ୍ଗୀଙ୍କୁ ଜଣାଇ ଥିଲେ ମଧ୍ୟ ଅପରାଜିତା ତାଙ୍କର ଅସହୟତା ପ୍ରକାଶ କରିଥିବା ସୁଚନା ମିଳିଛି ।
ଦଳର ବିନା ସହାୟତାରେ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ବୋଲି ବାବୁ ସିଂହଙ୍କର ସମର୍ଥକ ମାନେ ଖୋଲାଖୋଲି ଭାବରେ କହିବା ଅରମ୍ଭ କଲେଣି । ଅଗାମୀ ଦିନରେ ବାବୁ ସିଂହ ତାଙ୍କର ରାଜନୈତିକ ଜୀବନ ସଂପର୍କରେ କଣ ନିଷ୍ପତି ନେଉଛନ୍ତି ଦେଖା ଯାଉ ।

Leave a Reply

Your email address will not be published. Required fields are marked *

Trending

Exit mobile version