ଜମ୍ମୁ ୭/୩ : ଜମ୍ମୁର ବସ ଷ୍ଟାଣ୍ଡରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ ଧରଣର ବିସ୍ଫରୋଣ ହୋଇଛି । ପ୍ରଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଗ୍ରେନଡ ସାହାର୍ୟ୍ୟରେ ଏହି ବିସ୍ଫୋରଣ କରାଯାଇଛି । ଏହି ବିସ୍ଫୋରଣ ବର୍ତ୍ତମାନ ସୁଦ୍ଧା ୨୮ ଆହାତ ହୋଇଛନ୍ତି ଆହତ ମାନଙ୍କୁ ଚିକିତ୍ସା ପାଇଁ ଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପରେ ବଡସରୁକ୍ଷାକର୍ମୀ ମାନେ ପୁର ଅଞ୍ଚଳରେ ଧେରବନ୍ଦୀ କରି ନିଜ ଅଧିନକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ପଚରାଉଚରା ପାଇଁ କିଛି ଲୋକଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ବସ ଷ୍ଟାଣ୍ଡ ପାଖରେ ଥିବା ଗୋଟିଏ ବସ ନିକଟରେ ଏହି ବିସ୍ଫୋରଣ ହୋଇଛି । ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ମାନଙ୍କୁ ଆଲର୍ଟରେ ରଖାଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ସବୁଦିନ ପିରେ ବସ ଷ୍ଟାଣ୍ଡରେ ଜନଗହଳି ଥିଲା । ହଠାତ ଏକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏହା ପରେ ଲୋକମାନେ ଭୟରେ ଏପଟେ ସେପଟେ ଦୌଡିବାରେ ଲାଗିଥିଲେ । ବିସ୍ଫୋରଣରେ ବସର ବ୍ୟାପକ କ୍ଷତି ହୋଇଥିଲା, ଯେଉଁ ବସରେ ଏହି ବିସ୍ଫୋରଣ ହୋଇଥିଲା ସେଥିରେ ୬ରୁ ୭ ଜଣ ଯାତ୍ରୀ ବସିଥିଲେ ।
ଜମ୍ମୁ-କାଶ୍ମୀର ପୋଲିସ ଆଇଜି ମନୀଷ ସିହ୍ନା କହିଛନ୍ତି ଯେ ଏହା ଗ୍ରେନେଡ ଦ୍ୱାରା ଆକ୍ରମଣ କରାଯାଇଛି । ଘଟଣାସ୍ଥଳାରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀ ଗ୍ରେନେଡରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । । ଆଇଜି କହିଛନ୍ତି ଯେ ଏହି ଆକ୍ରମଣ ଉଦ୍ଦେଶ୍ୟ ସାମ୍ପ୍ରଦାୟିକ ସଦଭାବନାକୁ ଭଙ୍ଗ କରିବା ଥିଲା । ପୋଲିସ ଘଟଣାର ଛାନଭିନ ଆରମ୍ଭ କରି ସରାଛି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗରିଫ କରାଯିବ । ପୋଲିସର କହିବା କଥା ପୁଲୱାମା ଆକ୍ରମଣ ପରେ ଗଇନ୍ଦା ରିପୋର୍ଟ ମିଳିଥିଲା ଯେ ଆତଙ୍କବାଦୀ ମାନେ ଏହିପରି କିଛି ଆକ୍ରମଣ କରିପାରନ୍ତି, କିନ୍ତୁ ସଠିକ ଇନପୁଟ ନଥିଲା । ସେଥିପାଇଁ ଏହି ଘଟଣାକୁ ଗୁଇନ୍ଦା ବିଭାଗର ବିଫଳତା କୁହାଯାଇ ପାରିବ ନାହିଁ ।