ନୂଆଦିଲ୍ଲୀ ୨୮ : ଉଚ୍ଚତମ ନ୍ୟାୟାଳୟ ୧୧.୮ ଲକ୍ଷ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୨୧ଟି ରାଜ୍ୟକୁ ଫେବୃଆରୀ ୧୩ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ପୂର୍ବ ଶୁଣାଣିରେ ଜଙ୍ଗଲ ଜମିରେ ଏହି ବନବାସୀଙ୍କ ଅଧୀକାରକୁ ସୁପ୍ରିମକୋର୍ଟ ଅସ୍ୱୀକାର କରି ଦେଇଥିଲେ । କିନ୍ତୁ ଏବେ ନ୍ୟାୟାଧୀଶ ଅରୁଣ ମୂର୍ତି ଏବଂ ନ୍ୟାୟାଧୀଶ ନବୀନ ସିହ୍ନାଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ସେମାନେ ଏହି ବନବାସୀଙ୍କ ଅଧୀକାରକୁ ଅସ୍ୱୀକାର କରିବା ପାଇଁ କରାଯାଇଥିବା ପ୍ରକ୍ରିୟାର ଦସ୍ତାବିଜ ଦାଖଲ କରନ୍ତୁ ।
ଶୀର୍ଷ ଅଦାଲତ ଫେବୃଆରୀ ୧୩ରେ ନିଜ ଆଦେଶ ଉପରେ ପ୍ରତିବନ୍ଧକ ଲଗାଇ କେନ୍ଦ୍ର ସରକାରଙ୍କ ଅନୁରୋଧରେ ବିଚାର ପାଇଁ ସହମତି ହୋଇଥିଲେ । ନ୍ୟାୟାଳୟ ଏହି ଆଦେଶ ଅଧାରରେ ୨୧ଟି ରାଜ୍ୟଙ୍କୁ କହିଥିଲେ କି, ପାଖାପାଖି ୧୧.୮ ଲକ୍ଷ ବନବାସୀଙ୍କୁ ବେଦଖଲ କରିଦିଆଯାଉ । କାରଣ ତାଙ୍କର ଅଧୀକାରକୁ ଅସ୍ୱୀକାର କରାଯାଇଛି ।