ରାଜ୍ୟ

ବଦଳିଲା ମଦ ବିକ୍ରି ସମୟ

Published

on

ଭୁବନେଶ୍ୱର ୨୬/୧୧ : ବିଭିନ୍ନ ମହଲରୁ ବିରୋଧ ଓ ଅସନ୍ତୋଷ ପ୍ରକାଶ ପାଇବା ପରେ ସରକାର ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିଷ୍ପତିକୁ ବଦଳାଇବା ପାଇଁ ବାଧ୍ୟ ହୋଇଛନ୍ତି । ବିଶ୍ୱକପ୍ ସମୟରେ କେବଳ ବାର୍ ଓ ରେଷ୍ଟୁରାଂଟରେ ରାତି ୧.୩୦ ପର୍ଯ୍ୟନ୍ତ ମଦ ବିକ୍ରି ହେବ । କିନ୍ତୁ ଅନ୍ ସପ୍ଗୁଡ଼ିକରେ ମଦ ବିକ୍ରି ସମୟ ବୃଦ୍ଧି କରାଯିବନାହିଁ । ଅନ୍ସପ୍ଗୁଡ଼ିକରେ ରାତି ୧.୩୦ ପର୍ଯ୍ୟନ୍ତ ମଦ ବିକ୍ରି ନ ହୋଇ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଖୋଲା ରହିବ ।
ସୋମବାର ଏ ସମ୍ପର୍କରେ ଅବକାରୀ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଅନ୍ସପ୍ଗୁଡ଼ିକରେ ଯେଉଁ ବିକ୍ରି ସମୟ ବୃଦ୍ଧି କରାଯାଇଥିଲା ତାହା ପ୍ରକୃତରେ ଠିକ୍ ନଥିଲା । ଏହା ଏକ ଅନିଚ୍ଛାକୃତ ତ୍ରୁଟି । ହକି ବିଶ୍ୱକପ୍ ପାଇଁ ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ଖେଳାଳୀ, କର୍ମକର୍ତା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମଦ ବିକ୍ରି ସମୟ ବୃଦ୍ଧି କରିଥିଲେ । ଏଥିରେ ସରକାରଙ୍କର କୋ÷ଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version