ଜଳେଶ୍ୱର : ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ହେବାରୁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀର ଜଳସ୍ତର ଧିରେ ଧିରେ ବଢିବାକୁ ଲାଗୁଛି । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି । କିନ୍ତୁ ସକାଳ ୭ ଟା ସୁଦ୍ଧା ଏହାର ଜଳ ସ୍ତର ବୃଦ୍ଧିପାଇ୬.୫୫ ମିଟରରେ ପ୍ରଭାବିତ ହେଉଛି । ଏହି ଜଳସ୍ତର ବଢିବା ଦ୍ୱାରା ଚାଷ ଜମିରେ ବନ୍ୟାଜଳ ପଶି ଧାନ ଗଛ ସବୁ ମରି ଯିବାର ସମ୍ଭାବନା ଅଛି । ନଦୀର ବନ୍ୟାଜଳ ବଢିବାନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ । ବନ୍ୟା ଆସିଲେ ୧୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ଅଛି ।