ଭୁବନେଶ୍ୱର: ବଜେଟ୍ ପଦ୍ଧତିରେ ସ୍ଵଚ୍ଛତା ରେ ଓଡ଼ିଶା ଦେଶରେ ୩ୟ ସ୍ଥାନ ହାସଲ କରିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନଲ ରାଙ୍କିଙ୍ଗରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ଥିବା ସୂଚନା ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା ଦେଇଛନ୍ତି।
ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ସୂଚକାଙ୍କ ସମ୍ପର୍କୀୟ ଏକ ସମୀକ୍ଷା ବୈଠକରେ ମିନା ଏହି ସୂଚନା ଦେଇଥିଲେ।
ଦେଶରେ ଆସାମ ପ୍ରଥମ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ଵିତୀୟ ସ୍ଥାନରେ ଅଛି।
ଏହି ବୈଠକରେ ରାଜ୍ୟର ଅର୍ଥନୈତିକ ଗତି ଅନୁଧ୍ୟାନ ପାଇଁ ସମନ୍ୱିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।
କୃଷି, ପଶୁପାଳନ, ମାଛଚାଷ ସହ ରାଜସ୍ବ , ଘରୋଇ ଉପ୍ତାଦନ, ବ୍ୟାଙ୍କ ଋଣ, ନିଯୁକ୍ତି ଆଦି ମାନକ ନେଇ ଅର୍ଥନୈତିକ ଗତି ଅନୁଧ୍ୟାନ ନିମନ୍ତେ ଏକ ସମନ୍ଵିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଉନ୍ନୟନ କମିଶନ ସୁରେଶ ମହାପାତ୍ର, ଅର୍ଥ ବିଭାଗ ଅତିରିକ୍ତ ସଚବ ରୂପ ନାରାୟଣ ଦାସ ଓ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ ବୈଠକରେ ଉପସ୍ଥିତ ଥିଲେ।