ନୂଆଦିଲ୍ଲୀ ୨୫/୪ : ବଜାରକୁ ଆସିଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା । ମଲାଓ୍ୱି ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍ ଯୋଜନା ଆକାରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ଟିକାର ନାଁ ରହିଛି ଆରଟିଏସ୍, ଏସ୍ । ୨ବର୍ଷ ପର୍ୟ୍ୟନ୍ତ ବୟସର ଶିଶୁଙ୍କୁ ଏହି ଟିକା ଦିଆ ଯାଇ ପାରିବ। ପ୍ରଥମେ ଏହାକୁ ମଲାଓ୍ୱିରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଆଗାମୀ ସପ୍ତାହରେ କେନିଆ ଏବଂ ଘାନାରେ ଲଞ୍ଚ କରାଯିବ ବୋଲି ଜଣା ପଡ଼ିଛି ।
ମ୍ୟାଲେରିଆ ଏବେ ବି ଏକ ସାଂଘାତିକ ରୋଗ ଭାବରେ ଗଣା ଯାଉଥିବା ବେଳେ ପ୍ରତି ୨ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିବା ଦାବି ହୋଇ ଆସୁଛି । ଆଫ୍ରିକାରେ ପ୍ରତି ବର୍ଷ ୨,୫୦,୦୦୦ ଶିଶୁ ମେଲେରିଆରେ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ୫ବର୍ଷରୁ କମ ଶିଶୁମାନେ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସାରା ବିଶ୍ୱରେ ପ୍ରତି ବର୍ଷ ୪,୩୫,୦୦୦ ହଜାର ଶିଶୁ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଜଣା ପଡ଼ିଛି ।