ଭୁବନେଶ୍ୱର:ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ରେଳ ଭଡ଼ା ରାଜ୍ୟ କଂଗ୍ରେସ ଵହନ କରିବ ବୋଲି ଆଜି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଲେଖି ଥିବା ତାଙ୍କ ଚିଠିରେ ସିଂ ଓଡ଼ିଶାର ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଆଣିବା ପାଇଁ ଅଧିକ ସଂଖ୍ୟାରେ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ରେଳ ବିଭାଗକୁ ଅନୁରୋଧ କରିଛନ୍ତି।
ଦୀର୍ଘ ଦିନ ଧରି ତାଲା ବନ୍ଦ ହେବା ଯୋଗୁଁ ଓଡିଶାର ବହୁ ସଂଖ୍ୟାର ଶ୍ରମଜୀବି ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ସେମାନେ କାମଧନ୍ଦା ହରାଇ ନିଜ ନିଜ ଭିଟା ମାଟିକୁ ଫେରିବାକୁ ବହୁ ସଂଖ୍ୟାରେ ନିବେଦନ କରୁଛନ୍ତି । ଏହି ଶ୍ରମିକମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଚଳାଇବା ପାଇଁ କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ରେଳମନ୍ତ୍ରୀ
ପିୟୁଷ ଗୋୟେଲ ଓ ରେଳ ବିଭାଗ ବୋର୍ଡର ଚେୟାରମ୍ୟାନଙ୍କୁ ପତ୍ର ଲେଖିଛନ୍ତି ।
ସିଂ ଜଣାଇଛନ୍ତି ଯେ, ଏହି ଶ୍ରମିକମାନେ ତାଲାବନ୍ଦ ପରେ ବହୁ ଅଭାବ ଅସୁବିଧାରେ ଥିବାରୁ ସେମାନଙ୍କ ଟ୍ରେନ୍ ଭଡା କଂଗ୍ରେସ ଦଳ ପକ୍ଷରୁ ବହନ କରାଯିବ । ତେଣୁ ଅଧିକରୁ ଅଧିକ ଟ୍ରେନ୍ ଚଳାଇ ଓଡିଶାର ସବୁ ସ୍ଥାନରେ ଶ୍ରମିକମାନଙ୍କର ପହଂଚିବାରେ ଯେପରି ଅସୁବିଧା ନହେବ, ସେଥିପାଇଁ ରେଳମନ୍ତ୍ରାଳୟ ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି।