ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ବାତ୍ୟାଗ୍ରସ୍ତ ଓଡିଶାକୁ ଦେଲେ ୫୦୦ କୋଟି ଟଙ୍କା

Published

on

ଡ଼ଲଫିନ ପ୍ରଧାନ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ଫାନ ବାତ୍ୟାଗ୍ରସ୍ତ ଓଡିଶାକୁ ଦେଲେ ୫୦୦କୋଟି ଟଙ୍କା।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ରାଜ୍ୟପାଳ ଗଣେଶୀ ଲଲଙ୍କ ସହ ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳଗୁଡିକୁ ଆକାଶମାର୍ଗରୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଅଧକ୍ଷତା କରି କ୍ଷୟକ୍ଷତି ର ଆକଳନ କରିଥିଲେ।

ପ୍ରଧାନମନ୍ତ୍ରୀ ରାଜ୍ୟକୁ ୫୦୦ କୋଟି ଟଙ୍କାର ଅଗ୍ରୀମ ବାତ୍ୟା ସାହାଯ୍ୟ ଘୋଷଣା କରିବା ପରେ କହିଥିଲେ ଯେ କ୍ଷୟକ୍ଷତିର ଚୂଡାନ୍ତ ଆକଳନ ପରେ କେନ୍ଦ୍ର ସରକାର ଆବଶ୍ୟକ ସାହାଯ୍ୟ ଅର୍ଥରାଶି ଘୋଷଣା କରାଯିବ। ସେ କହିଥିଲେ ଯେ କେନ୍ଦ୍ର ସରକାର ରାଜ୍ୟ ସହ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି।

ପ୍ରଧାନମନ୍ତ୍ରୀ ବାତ୍ୟା ପରିସ୍ଥିତିର ସୂଚାରୁରୂପେ ମୁକାବିଲା କରଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ସ୍ଥିତି ସମିକ୍ଷା କରିବା ପରେ ଓଡିଶା ର ସ୍ଥିତି ପରୀକ୍ଷା କରିବାକୁ ଭୁବନେଶ୍ବର ବିମାନ ବନ୍ଦରରେ ଆସି ପହଞ୍ଚି ଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବାପରେ ଅମ୍ଫାନର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମଏସଏମଇ ମନ୍ତ୍ରୀ ପ୍ରତାପ ଶଡଙ୍ଗୀ, ମୁଖ୍ଯ ଶାସନ ସଚିବ ଅସିତ ତ୍ରୀପାଠୀ, ସ୍ପେସିଆଲ ରିଲିଫ କମିସନର ପିକେ ଜେନା ସେଠାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version