କଟକ : ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ଅଧିକାରୀ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କର ଭୁବନେଶ୍ୱର ସ୍ଥିତ ବାସ ଭବନ ସମେତ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ୩ ମହଲା ବିଶିଷ୍ଟ ଘରୁ ଅନେକ ଜରୁରୀ କାଗଜ ପତ୍ର ଦସ୍ତାବିଜ ଓ ସୁନାଗହଣା ମିଳିଛି । ତାଙ୍କ ଘରୁ ୪୨୦ ଗ୍ରାମ ସୁନା ୫୨ ହଜାର ଟଙ୍କା ଠାବ ହୋଇଛି ।