କନ୍ଧମାଳ ୧୯/୬ : ଫିରିଙ୍ଗିଆ ବ୍ଲକ୍ କେଳାପଡ଼ା ଗାଁରେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଅରୁଣ ବେହେରାଙ୍କ ଝିଅ କୃଷ୍ଣା ବେହେରା । ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନଙ୍କର ଫିରିଙ୍ଗିଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
ଗତକାଲି ରାତିରେ ଶୋଇଥିବାବେଳେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଅରୁଣ ବେହେରା ତାଙ୍କର ୧୩ ଓ ୧୪ ବର୍ଷର ଦୁଇ ଝିଅ ଓ ପୁଅଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଗୋଟିଏ ଝିଅ କୃଷ୍ଣାର ମୃତ୍ୟୁ ହୋଇଛି । ଏହା ସହିତ ଜଣଙ୍କୁ ସଙ୍କାଟାପନ୍ନ ଅବସ୍ଥା ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନେ ଫିରିଙ୍ଗିଆ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବିଦ୍ୟୁତ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅରୁଣ ବେହେରା କହିଛନ୍ତି ।