ନୂଆଦିଲ୍ଲୀ: ପୁଣି ଫେରିପରେ କରୋନା ମହାମାରୀ।
ଅଗାମୀ ଶୀତ ଦିନରେ କରୋନା ଭୁତାଣୁ ପୁଣି ଫେରିବାର ସମ୍ଭାବନା ରହିଛି ବୋଲି ଏଆଇଆଇଏମଏସର ନିର୍ଦେଶକ ଡାକ୍ତର ରଂଦୀପ ଗୁଲେରିଆ କହିଛନ୍ତି ।
“କରୋନା ଭୁତାଣୁର ପ୍ରଭାବ ଦେଶରେ ଅନ୍ତତଃ ପକ୍ଷେ ଏକ ବର୍ଷ ଧରି ରହିବ। ଏଣୁ ଏହି ଭୁତାଣୁ ସହିତ ଆମକୁ ବର୍ତ୍ତମାନ ବଞ୍ଚିବାକୁ ହେବ” ବୋଲି କେନ୍ଦ୍ର ସରକାରଙ୍କ କ୍ଲିନିକାଲ ରିସର୍ଚ୍ଚ ଗ୍ରୁପ, ଜାତୀୟ ଟାସ୍କ ଫୋର୍ସ-କୋଭିଡ୧୯ ର ମୁଖ୍ୟ ଡାକ୍ତର ଗୁଲେରିଆ କହିଛନ୍ତି।
ଚାଳିଶ ଦିନର ଲକଡାଉନ ଫଳରେ କରୋନା ଉପରେ କିଛିଟା ନିୟନ୍ତ୍ରଣ ମିଳିଛି । ତେବେ ରୋଗୀ ସଂଖ୍ୟା ବଢ଼ିବା ଉଦ୍ବେଗଜନକ ଘଟଣା ।
ତେବେ ଆସନ୍ତା ୬-୮ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମଋତୁର ପ୍ରଭାବ କରୋନା ଭୁତାଣୁ ଉପରେ କଣ ପଡ଼ୁଛି ତାହା ଦେଖିବାକୁ ହେବ ବୋଲି ସେ କହିଛନ୍ତି।
କରୋନା ୱଷଧ ଉପରେ ଏକାଧିକ ସଂସ୍ଥା ପରୀକ୍ଷା ନିରୀକ୍ଷା କରୁଛନ୍ତି ଖୁବ ଶୀଘ୍ର ଏହାର ୱଷଧ ବାହାରିବାର ଆଶା ଅଛି ବୋଲି ସେ କହିଛନ୍ତି।
ଡାକ୍ତର ଗୁଲେରିଆ ସୋମବର ଏକ ୱେବ ଆଲୋଚନାରେ ଭାଗ ନେଇ ତାଙ୍କର ମତ ରଖୁଥିଲେ ।