ଦେଶ ବିଦେଶ

ପୁଣି ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଙ୍ଘନ  : ୩ ନାଗରିକ ମୃତ

Published

on

ଜାମ୍ମୁ ୨/୩ : ଶୁକ୍ରବାର ଅଭିନନ୍ଦନ ଦେଶକୁ ଫେରୁଥିବା ବେଳେ ଅନ୍ୟ ପଟେ ପାକିସ୍ତାନ ସୀମାପାର ଗୁଳିମାଡ଼ ମଧ୍ୟ କରୁଥିଲା। ଏହି କ୍ରମରେ ଏଲଓସିରେ ପାକ୍ ସେନା ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନରେ ୩ ନାଗରିକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସନ୍ଧ୍ୟାଠୁ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ ଜାରି ରହିଛି, ଯାହାର ମୁହଁତୋଡ଼ ଜବାବ ଭାରତୀୟ ସୁରକ୍ଷାବଳ ଦେଉଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଶନିବାର ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ ଜାରି ରହିଛି। ରାଜୌରୀ ଜିଲ୍ଲା ସଂଲଗ୍ନ ଏଲଓସି ସୀମାରେ ପାକ୍ ଅସ୍ତ୍ର ବିରତି ଉଲ୍ଲଙ୍ଘନର ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛନ୍ତି। ମୁଖପାତ୍ର କହିଛନ୍ତି ଯେ, ପାକ୍ ପକ୍ଷରୁ ଅପରାହ୍ନ ୧୨ଟା ୩୦ରେ ନୌସେରା ସେକ୍ଟରରେ ଗୁଳିମାଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version