ଦେଶ ବିଦେଶ

ପୁଅକୁ ଡାକ୍ତର କରାଇବା ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବି : ଅଫଜଲର ପତ୍ନୀ

Published

on

ନୂଆଦିଲ୍ଲୀ ୫/୩ : ସଂସଦ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁର ପୁଅ ଦଶମ ଓ ଦ୍ୱାଦଶ ଶ୍ରେଣୀର ଭଲ ଫଳାଫଳ କରିବା ପରେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଅଫଜଲର ପୁଅ ମେଡିକାଲ ଏଣ୍ଟ୍ରାସ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲାଣି । କେବଳ ଏତିକି ନୁହେଁ ତାହାର ସ୍ୱପ୍ନ ରହିଛି ସେ ପାଠପଢିବା ପାଇଁ ବିଦେଶ ଯିବ । ସେ ଆହୁରି ମଧ୍ୟ କହିଛି ଯେ, ମେଡିକାଲ ପାଠପଢିବା ପାଇଁ ତୁର୍କା ଯିବାକୁ ସେ ଈଚ୍ଛା ରଖିଛି କିନ୍ତୁ ତାହା ପାଖରେ ପାସପୋର୍ଟ ନାହିଁ । ୧୮ ବର୍ଷର ଗଲିବ ନିଜ ଅଜା ଗୁଲାମ ମହମ୍ମଦ ଓ ନିଜ ମା ତବସୁସମ ସହ ରହୁଛି । ମେଡିକାଲ ପାଠ ପଢିବା ପାଇଁ ବିଦେଶ ଯିବା ପାଇଁ ତାହାର ଯେଉଁ ସ୍ୱପ୍ନ ରହିଛି ତାହା ଲାଗି ତାକୁ ପାସପୋର୍ଟର ଆବଶ୍ୟକତା ରହିଛି । ପୂର୍ବ କଥାକୁ ଭୁଲିଯାଇ ଆମେ ଆଗକୁ ବଢିବା ପାଇଁ ଇଚ୍ଛା ରଖିଛୁ । କେବଳ ଏତିକି ନୁହେଁ ବରଂ ମୋର ପୁଅକୁ ଡାକ୍ତର କରାଇବା ପାଇଁ ଯେଉଁ ଇଚ୍ଛା ରହିଛି ତାହାକୁ ମଧ୍ୟ ପୂରା କରିବା ପାଇଁ ଚେଷ୍ଟା କରିବୁ ବୋଲି ଅଫଜଲର ପତ୍ନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version