ଭୁବନେଶ୍ୱର ୧୭/୧ : ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ଗତମାସରେ ନିମ୍ନ ଅଦାଲତ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିଲେ । ଏହି ରାୟ ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟରେ ଆଜି ଆବେଦନ କରିଛି । ସୂଚନାଯୋଗ୍ୟ, ଅଭିଯୁକ୍ତ ଦ୍ୱୟ ତଳ କୋର୍ଟରୁ ଖଲାସ ହେବାପରେ ତକ୍ରାଳୀନ କୃଷି ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ । ଶେଷରେ ଏହି ଘଟଣାରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।