ଦେଶ ବିଦେଶ

ପାର୍ଟିକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵର ଆବଶ୍ୟକତା ରହିଛି : କାର‌୍ୟ୍ୟକାରୀ କମିଟି

Published

on

ନୂଆଦିଲ୍ଲୀ ୨୫/୫ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ପାର୍ଟିକୁ ପ୍ରସ୍ତାବ ଦେଇଥିଲେ, ମାତ୍ର ପାର୍ଟିର କାର‌୍ୟ୍ୟକାରୀ କମିଟି ତାଙ୍କର ଏହି ପ୍ରସ୍ତାବକୁ ଖାରଜ କରିବା ସହିତ ଅଧ୍ୟକ୍ଷ ପଦରେ ରହିବାକୁ ରାହୁଲଙ୍କୁ କହିଛନ୍ତି। ବୈଠକ ଶେଷ ହେବା ପରେ କଂଗ୍ରେସର ମିଡିଆ ପ୍ରଭାରୀ ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସୁରଜେଓ୍ଵାଲା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କହିଥିଲେ, ମାତ୍ର କଂଗ୍ରେସର କାର‌୍ୟ୍ୟକାରୀ କମିଟିର ସମସ୍ତ ସଦସ୍ୟ ଏକସ୍ଵରରେ ଏବଂ ସର୍ବସମ୍ମତିରେ ରାହୁଲଙ୍କ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ରାହୁଲ ସଭାପତି ରହିବେ ବୋଲି ନିଷ୍ପତ୍ତି ନେଇଛି। କାର‌୍ୟ୍ୟକାରୀ କମିଟି ପାର୍ଟିରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ପାର୍ଟିକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵର ଆବଶ୍ୟକତା ରହିଛି। ସୁରଜେଓ୍ଵାଲା କହିଛନ୍ତି ଯେ, କଂଗ୍ରେସ ୨୦୧୯ର ଜନାଦେଶକୁ ବିନମ୍ରତାର ସହିତ ସ୍ଵୀକାର କରୁଛି ଏବଂ ଦଳ ଏକ ଦାୟିତ୍ଵବାନ ସକରାତ୍ମକ ବିରୋଧୀର ଭୂମିକା ନିର୍ବାହ କରିବ।
କଂଗ୍ରେସର କାର‌୍ୟ୍ୟକାରୀ କମିଟିର ବୈଠକ ପରେ ମିଡିଆକୁ ସମ୍ବୋଧିତ କରି ସୁରଜେଓ୍ଵାଲା କହିଛନ୍ତି ଯେ, ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି। କଂଗ୍ରେସ କାର‌୍ୟ୍ୟକାରୀ କମିଟି ୧୨.୧୩ କୋଟି ସାହସୀ ଓ ସଜାଗ ମତଦାତାଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ କଂଗ୍ରେସ ପାର୍ଟି ପ୍ରତି ନିଜର ବିଶ୍ଵାସ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version