ନୂଆଦିଲ୍ଲୀ: ପାଖ ଅଧିକୃତ ପାକିସ୍ତାନ ଉପରେ ଭାରତର ଏଆର ଷ୍ଟ୍ରଇକ! ଏଥର ଏଆର ଷ୍ଟ୍ର।ଇକ କିନ୍ତୁ କରିଛି ଭାରତର ସରକାରୀ ସୂଚନା ସଂସ୍ଥା ପ୍ରସରଭାରତୀ।
ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରୁ ଭାରତର ପାଣିପାଗ ଖବର ଶୁଣି ପାକିସ୍ତାନର ହୋସ ଉଡି ଯାଇଛି ।
ଗତ ଶୁକ୍ରବାରଠାରୁ ପ୍ରସାର ଭାରତୀ ପାଣିପାଗ ଖବରର ଯେଉଁ ନୂଆ ପ୍ରସାରଣ ଆରମ୍ବ କରିଛି ସେଥିରେ ପାକିସ୍ତାନ ସରକାର,ସେନା ବାହିନୀ ଏବଂ ପାକିସ୍ତାନ କୂଟନୀତି ବିଶାରଦମାନକର ନିଦ ହଜି ଯାଇଛି।
ସମଗ୍ର ଭାରତ ଭୂଖଣ୍ଡର ସଂକ୍ଷିପ୍ତ ପାଣିପାଗ ସମାଚାର ନାଁରେ ପ୍ରସାର ଭାରତୀ ର ଦୂରଦର୍ଶନ କେନ୍ଦ୍ର ଓ ଅଲ ଇଣ୍ଡିଆ ରେଡ଼ିଓ ରୁ ପ୍ରଚାରିତ ଏହି ପାଣିପାଗ ଖବରରେ ପାକ ଅଧିକୃତ ଗିଲାଗିଟ, ମୁଜାଫରାବାଦ ଓ ମିରପୁର ସହରର ପାଣିପାଗର ବିବରଣୀ ପ୍ରସାର କରା ଯାଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ “ଏହିସବୁ ଭାରତୀୟ ସହରଗୁଡିକର ପାଣିପାଗ ସୂଚନା ଦିଆଯିବ” ବୋଲି
ଭାରତର ସୂଚନା ଓ ପ୍ରସାରଣ ବିଭାଗ ସଚିବ ଅମିତ ଖାରେ କହିଛନ୍ତି। ତାଙ୍କର କହିବାର କଥା ହେଲା ଯେ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓ ଏଣିକି ତାର ପ୍ରମୁଖ ଖବର ପ୍ରସାରଣରେ ପାଣିପାଗର ସୂଚନା ପ୍ରଦାନ ବେଳେ ଦେଶର ସହରଗୁଡିକ ମଧ୍ୟରେ ଗିଲାଗିଟ,ମୁଜଗରାବାଦ, ମିରପୁର ର ପାଣିପାଗର ତଥ୍ୟ ଉପସ୍ଥାପନ କରାଯିବ । କେବଳ ସେତିକି ନୁହେଁ ଅଗାମୀ ଦିନରେ ଦେଶର ଘରୋଇ ଚ୍ୟାନେଲଗୁଡିକ ମଧ୍ୟ ଏହି ଖବର ପ୍ରସାରଣ କରିବେ।