ନୂଆଦିଲ୍ଲୀ ୨/ ୩ : ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଭଲ ବ୍ୟବହାର କରିଥିବା ପାକିସ୍ତାନ ଯେତେ ଢୋଲ ପିଟିଲେ ମଧ୍ୟ ବାସ୍ତବ ଭିନ୍ନ ରହିଛି। ପାକିସ୍ତାନ କରୁଥିବା ଏହି ଦାବି ସଂପୂର୍ଣ୍ଣ ଭାବେ ଭୁଲ୍ ସାବ୍ୟସ୍ତ ହୋଇଛି। ଖୋଦ୍ ଅଭିନନ୍ଦନ କହିଛନ୍ତି ଯେ, ପାକିସ୍ତାନୀ ସେନା ଅଟକ ସମୟରେ ତାଙ୍କୁ ମାନସିକ ନିର୍ୟ୍ୟା ତନା ଦିଆଯାଇଛି। ସୂତ୍ର ମୁତାବକ ଆର୍ମି ହସ୍ପିଟାଲରେ ଥିବା ଅଭିନନ୍ଦନ କହିଛନ୍ତି ଯେ, ଅଟକ ସମୟରେ ତାଙ୍କୁ ଶାରୀରିକ ନିର୍ୟ୍ୟାତନା ଦିଆଯାଇନଥିଲା, ମାତ୍ର ମାନସିକ୍ ରୂପେ ବହୁତ ନିର୍ୟ୍ୟାତନା ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏମିତି ଅନେକ ପ୍ରୋପାଗାଣ୍ଡା ଭିଡ଼ିଓ ଜାରି କରିଥିଲା, ଯେଉଁଥିରେ ଅଭିନନ୍ଦନଙ୍କୁ ଭାରତୀୟ ମିଡିଆ ବିରୋଧରେ କହୁଥିବା ଦେଖା ଯାଉଥିଲା। ଏହି ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ, ଏହାକୁ ବହୁତ ଏଡିଟ୍ ଏବଂ କଟ୍ କରାଯାଇଥିଲା। ଏବେ ଅଭିନନ୍ଦନ ନିଜେ ଏହାର ପୂରା ସତ୍ୟ ଉଜାଗର କରିଛନ୍ତି, ଯାହା ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି।