ନୂଆଦିଲ୍ଲୀ ୨୩/୫ : ପଶ୍ଚିମବଙ୍ଗ ସହିତ ୫୪୨ଟି ଲୋକସଭା ଆସନରେ ହୋଇଥିବା ମତଦାନର ଫଳାଫଳ ଆସିବାକୁ ଯାଉଛି । ତେବେ ପଶ୍ଚିମବଙ୍ଗରେ ବିଜେପି ଟିଏମସି ମଦ୍ୟରେ ଛକାପଞ୍ଝା ଦେଖାଯାଇଛି । ଏଠାରେ ବିଜେପି ମମତାଙ୍କ ଗଡରେ ଜୋରଦାର ହମଲା କରିଛି । ତେବେ ବିଜେପିର ପ୍ରତିଯୋଗୀତା ବେଶ୍ ଭଲ ରହିଛି । ଏଠାରେ ବିଜେପି ୧୯ଟି ଆସନରେ ଆଗକୁ ମାଡି ଚାଲିଥିବା ବେଳେ ଟିଏମସି ୨୨ଟି ଆସନରେ ରହିଛି । ସେହି ସମୟରେ କଂଗ୍ରେସ ଗୋଟିଏ ଆସନ ହାସଲ କରିଛି ।
କେନ୍ଦ୍ର ମନ୍ତ୍ରୀ ଏବଂ ଆସନସୋଲରୁ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଟିଏମସିକୁ ମାତ୍ ଦେଇ ଆଗକୁ ଚାଲିଛନ୍ତି । ବର୍ଦ୍ଧମାନ ଦୁର୍ଗାପୁରରୁ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ପ୍ରାର୍ଥୀ ଏସଏସ ଅହଲୁବାଲିଆ ଟିଏମସିର ମୁମତାଜଙଯକୁ ୧୦,୫୪୬ ଭୋଟରେ ପଛକୁ ପକାଇଛନ୍ତି । ମେଦିନୀପୁରରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଟିଏମସିର ମାନଓ ରଞ୍ଜନ ଭୁନିଆଙ୍କ ଠାରୁ ୫,୭୨୬ ଆସନରେ ଆଗରେ ଅଛନ୍ତି । ଜଙ୍ଗୀପୁରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଏବଂ କଂଗ୍ରେସ ପ୍ରତ୍ୟାଶୀ ଅଭିଜିତ ମୁଖାର୍ଜୀ ଟିଏମସିର ଖଲୀଲୁର ରହମାନଙ୍କ ଠାରୁ ୧୪,୩୩୩ ଭୋଟରେ ପଛରେ ଅଛନ୍ତି ।