ପଶ୍ଚିମବଙ୍ଗ ୨୫/୫ : ବିଜେପିର ପ୍ରଚଣ୍ଡ ବହୁମତ ପଶ୍ଚିମବଙ୍ଗ ନିର୍ବାଚନ ସମସ୍ତଙ୍କୁ ଚକିତ କରିଦେଇଛି । ୨୦୧୪ ପରେ ବିଜେପିର ଏଠାରେ ଆଶ୍ଚର୍ୟ୍ୟଜନକ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୁବ୍ ଆଘାତ ପହଂଚାଇଛି । ସେ ଟ୍ୱିଟରରେ ଏକ ପୋଷ୍ଟ କରି ନିଜ ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟରରେ ଏକ କବିତା ପୋଷ୍ଟ କରିଛନ୍ତି । କବିତାର ଶୀର୍ଷକ ସେ “ଆଇ ଡୋଣ୍ଟ୍ ଏଗ୍ରୀ” ଅର୍ଥାତ୍ “ମୁଁ ରାଜି ନୁହଁ ” ଲେଖିଛନ୍ତି ।
ହିନ୍ଦୀ,ଇଂରାଜୀ ଏବଂ ବଙ୍ଗାଳୀରେ ଲେଖାଥିବା ଏହି କବିତାରେ ସେ କହିଛନ୍ତି ସେ ସାଂପ୍ରଦାୟିକତା ଏବଂ ଧାର୍ମିକ ଆକ୍ରମକତା ବିକ୍ରି କରିବାରେ ସେ ବିଶ୍ୱାସ କରନ୍ତି ନାହିଁ । ସେ ଏହି କବିତାରେ କାହା ନାଁ ନେଇନଥିଲେ ବି ତାଙ୍କ ଇସାରା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଆଡକୁ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ । ମମତା ପିଏମ୍ ମୋଦି ଏବଂ ଶାହଙ୍କ ଉପରେ ବାରମ୍ବାର ଧର୍ମ ନାଁରେ ଧ୍ରୁବିକରଣ କରିବା ଅଭିଯୋଗ ଲଗାଇ ଆସୁଛନ୍ତି ।