ପୁରୀ ୩୦/୧ : ଶ୍ରୀମନ୍ଦିରରେ କୋ÷ଣସି କାରଣରୁ ନୀତି ବିଳମ୍ବ ହେଲେ ଏଥିପାଇଁ ସେବାୟତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ଗରାବଡ଼ୁ ନିଯୋଗ ଦୃଢ଼ ବିରୋଧ କରିଛି । ଏହାର ଜଣେ କର୍ମକର୍ତ୍ତା ଏଭଳି ନିଷ୍ପତ୍ତିର ପ୍ରତିବାଦ କରି କହିଛନ୍ତି ଯେ, ସେବାୟତମାନେ ଘରୁ ମନ୍ଦିରକୁ ବାହାରିବା ବେଳେ ବାଟରେ କୋ÷ଣସି ଅସୁବିଧା କାରଣରୁ ବିଳମ୍ବ ହୋଇଯିବା ଅସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ସେମାନଙ୍କୁ କାହିଁକି ଦଣ୍ଡିତ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ଛତିଶାନିଯୋଗ ସହ ଆଲୋଚନା କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।