ରାଜନୀତି

ନିର୍ବାଚନ ପ୍ରସ୍ତୁତି : ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ ପହଁଞ୍ଚିବେ ପୋଲିଂ ପାର୍ଟି

Published

on

ଭୁବନେଶ୍ୱର ୧୧/୩ : ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅତିସମ୍ବେଦନଶୀଳ ଏବଂ ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ ପହଁଚିବେ ପୋଲିଂ ପାର୍ଟି ପହଚାଇବା ନେଇ ସ୍ଥିର କରିଛି ଜିଲ୍ଲା ପ୍ରଶାସନ । ମାଲକାଲ ଗିରି ଜିଲ୍ଲାର ୨ଟି ବିଧାନସଭା ଆସନା ଲାଗି ମୋଟ୍ ୫ଶହ ୪୦ଟି ବୁଥ୍ ରହିଥିବା ବେଳେ ମାଲକାନଗିରି ବିଧାନସଭା କ୍ଷେତ୍ରରେ ରହିଛି ୨୫୭ଟି ବୁଥ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ରହିଛି ୨୪୩ଟି ନିର୍ବାଚନ ମଣ୍ଡଳୀ ।
ଏଥି ମଧ୍ୟରୁ ମାଓବାଦଙ୍କ କାର‌୍ୟ୍ୟକଳାପକୁ ଦୃଷ୍ଟିରେ ରଖି ୧୨୮ଟି ବୁଥକୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସେହିପରି ୯ଟି ଅପହଂଚ ବୁଥରେ ହେଲିକପ୍ଟର ଯୋଗେ ପୁଲିଂ ପାର୍ଟି ପହଂଚାଇବା ଲାଗି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟି କୋଣରୁ ମାଲକାନଗିରି ଜିଲ୍ଲାରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିବା ବେଳେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।
ପ୍ରଥମ ପର‌୍ୟ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ମାଲକାଲଗିରିର ସଂସଦୀୟ କ୍ଷେତ୍ର ନବରଙ୍ଗପୁର ସମେତ ୪ଟି ଲୋକସଭାରେ ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ୧୮ ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯିବାବେଳେ ୨୬ତାରିଖ ସ୍କୁଟିନି ଏବଂ ୨୮ତାରିଖକୁ ପ୍ରାର୍ଥୀପତ୍ର ପ୍ରତିହାର କରିବା ପାଇଁ ସ୍ଥିର କରାଯାଇଛି । ସେହିଭଳି ଗତକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସରାକାରୀ ହୋଡିଂ, ବ୍ୟାନର ଏବଂ ପୋଷ୍ଟର ଆଦି ହଟାଇବା କାର‌୍ୟ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *

Trending

Exit mobile version