ରାଜନୀତି

ନିର୍ବାଚନ କମିଶନଙ୍କ ନିକଟରେ ବିଜେଡ଼ିର ଅଭିଯୋଗ : ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଚରଣବିଧି ଉଲ୍ଲ ଂଘନ କରୁଛନ୍ତି

Published

on

ଭୁବନେଶ୍ୱର ୨୩/୪ : ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଚାର କାର‌୍ୟ୍ୟରେ ୭ ଦିନ ପର‌୍ୟ୍ୟନ୍ତ ବ୍ୟାନ୍ କରିବାକୁ ସିଇଓଙ୍କ ନିକଟରେ ଆବେଦନ କରିଛି ବିଜେଡି ।
ସୂଚନା ମୁତାବକ, ତୃତୀୟ ପର‌୍ୟ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେବାପରେ ଗଣମାଧ୍ୟକୁ ପ୍ରତିକ୍ରିୟା ରଖି ବିଜେପି ପ୍ରଚାର କରିଥିଛନ୍ତି । ଆଉ ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଛି । ତେଣୁ ଯେତେବେଳେ ନିର୍ବାଚନୀ ସମୟରେ ଓଡ଼ିଶାରେ ଆଚରଣ ବିଧି ଲାଗିଥିଛି ତାହାକୁ ବାରମ୍ବାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ସିଇଓଙ୍କୁ ନିକଟରେ ଫେରାଦ ହୋଇ ବିଜେଡି ଅଭିଯୋଗ କରିଛି ।
ଏପରିକି ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଯଥା , ଫ୍ଲାଇଂ ସ୍କ୍ୱାର୍ଡ଼ ଅଧିକାରୀଙ୍କ କାର‌୍ୟ୍ୟରେ ବାଧା ଦେବା ଘଟଣା ଭଳି ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ତଦନ୍ତ ହେଉନାହିଁ କି କାର‌୍ୟ୍ୟାନୁଷ୍ଠାନ ନିଆଯାଉନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version